ଭଗବତୀ ବିଦ୍ୟାପୀଠ ୨୦୦୭ ମସିହା ବ୍ୟାଚ ର ବନ୍ଧୁମିଳନ
ନିମାପଡା, (ସନ୍ତୋଷ ଦାଶ):ବନ୍ଧୁତା ହିଁ ଶେଷ ସମୟରେ ସାଥି । ଭଲ ବନ୍ଧୁ ଟିଏ ଥିଲେ ଯେତେ ସମସ୍ୟା ଥାଉ ପଛେ ସମାଧାନ ର ବାଟ ଆପେ ଆପେ ବାହାରିଥାଏ ।ସେଇଥିପାଇଁ ବଡ଼ ଦିନ ଅବସରରେ ପୁରୀ ଜିଲ୍ଲା କାକଟପୁର ର ସୋମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସରକାରୀ ଭଗବତୀ ବିଦ୍ୟାପୀଠ, ବାଜପୁର ୨୦୦୭ ମସିହା ବ୍ୟାଚ ର ପୁରାତନ ଛାତ୍ର, ଛାତ୍ରୀ ମାନେ ଏକତ୍ର ହୋଇ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରିଥିଲେ।ପୁରୁଣା ଦିନର ସ୍ମୃତି ତଥା ପାଠ ପଢା ସମୟରେ ବନ୍ଧୁତ୍ୱ କୁ ନିବିଡ଼ କରିବାକୁ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।କାକଟପୁର ହେଉ ଅବା ବିଭିନ୍ନ ସ୍ଥାନରେ ରହୁଥିବା ଛାତ୍ର, ଛାତ୍ରୀ ମାନେ ସମେଶ୍ଵର ମନ୍ଦିର ରେ ଏକାଠି ହୋଇଥିଲେ।ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ମାନସ ରଂଜନ ଦାସ, ବଳରାମ ସାହୁ, ହେମନ୍ତ ଲେଙ୍କା, ସୌରଭ କୁମାର ସାହୁ, ରାକେଶ କୁମାର ସାହୁ, ସ୍ମିତା ରାଣୀ ସାହୁ ଓ ମାନସୀ ବେହେରା ଙ୍କ ସହିତ ଅନ୍ୟ ବନ୍ଧୁ ମାନେ ଉପସ୍ଥିତ ଥିଲେ।