ଭଗବତୀ ମହାବିଦ୍ୟାଳୟରେ ସଫେଇ କାର୍ଯ୍ୟକ୍ରମ
କୋଣାର୍କ (ଯୁଗାବ୍ଦ ନ୍ୟୁଜ):ସାମୁଦ୍ରିକ ଝଡ଼ ଫାନି ବାତ୍ୟାରେ କୋଣାର୍କର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡ଼ିବା ପରେ ଭୁବନେଶ୍ୱର କ୍ରିୟାଯୋଗ ଆଶ୍ରମ ଓ ପ୍ରଭୁଜୀ ଇ. ମି. ସ୍କୁଲ୍ର ମୁଖ୍ୟ ଟ୍ରଷ୍ଟି ବାବା ଶଙ୍କରାନନ୍ଦ ଗିରିଙ୍କ ତତ୍ତ୍ୱାବଧାନରେ ଦୁଇଶହ ମହିଳା କର୍ମଚାରୀ ଓ ସ୍କୁଲ୍ର ଏନସିସି ସ୍କାଉଟ୍ ଛାତ୍ରମାନଙ୍କୁ ନେଇ ଭଗବତୀ ମହାବିଦ୍ୟାଳୟ ପରିସରରେ ଭାଙ୍ଗି ପଡ଼ିଥିବା ଶହ ଶହ ଗଛକୁ କାଟି ସଫା କରିଥିଲେ । ସମାଜସେବୀ ରାମକୃଷ୍ଣ ମହାନ୍ତି, ଶଶାଙ୍କ ଶେଖର ନାୟକ, ବାମଦେବ ଆଳୁକ, ପ୍ରଫୁଲ୍ଲ ପାତ୍ର, ବାପିନି ବେଉରା ଓ ଅଧ୍ୟାପକ ଶରତ ଚନ୍ଦ୍ର ପ୍ରଧାନ ପ୍ରମୁଖ ଏହି ସଫେଇ କାର୍ଯ୍ୟରେ ସମସ୍ତ ପ୍ରକାର ସହଯୋଗ କରିଥିଲେ ।