ଭଗବତୀ ଯୁବକ ସଂଘ ଦ୍ୱାରା ପ୍ରିମୀୟର ଲିଗ ଟି୨୦କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟନ

ଧାମନଗର,(ସନ୍ତୋଷ କୁମାର ପ୍ରଧାନ):ଧାମନଗର ବ୍ଲକ ଦେହୁଡ଼ିଆନନ୍ଦପୁର ପଞ୍ଚାୟତ ଜଗନ୍ନାଥ ହାଇସ୍କୁଲ ପଡ଼ିଆରେ ଭଗବତୀ ଯୁବକ ସଂଘ ଆନୁକୂଲ୍ୟରେ ପ୍ରିମୀୟର ଲିଗ୍ ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଉଦଘାଟନ ହୋଇଯାଇଛି। ମୁଖ୍ୟ ଅତିଥି ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ, ବିଜେଡି ବ୍ଲକ ସଭାପତି ଉମେଶ ମହାନ୍ତି, ସୁଧାକର ମିଶ୍ର, ସଞ୍ଜୟ ମିଶ୍ର, ସୁଧାକର ଖୁଣ୍ଟିଆ, ଶରତ ମାଝୀ, ଅତିଶ ନନ୍ଦ ପ୍ରମୁଖ ଟୁର୍ଣ୍ଣାମେଣ୍ଟଟିକୁ ଉଦଘାଟନ କରିଥିଲେ। ଗେମ ଚେଞ୍ଜର ରିଟଣ୍ଣ ଧୁସୁରି ଟିମ ଓ ଇଲେଭେନ ଷ୍ଟାର ଯାଜପୁରଟାଉନ ଟିମ ପରସ୍ପରକୁ ଭେଟିଥିଲେ। ପ୍ରଥମେ ଇଲେଭେନ ଷ୍ଟାର ଯାଜପୁର ଟିମ ଟସ୍ ଜିଣି ୨୦ ଓଭରରେ ୯ ଓଇକେଟ ହରାଇ ୧୨୩ ରନ ସଂଗ୍ରହ କରିଥିଲା। ଜବାବରେ ଗେମ ଚେଞ୍ଜର ଧୁସୁରି ୧୦.୪ ଓଭରରେ ୫ ଓଇକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ବିଜେତା ହୋଇଥିଲା। ଆର ସିଂ ଓ ସତ୍ୟାନନ୍ଦ କବାଟ ଖେଳ ପରିଚାଳନା କରିଥିବାବେଳେ ବାସୁଦେବ ପାଗଳ, ତପନ ଗାହାଣ ଓ ନାରାୟଣ ଚନ୍ଦ୍ର ଦାସ ଧାରାବିବରଣୀ ଦେଇଥିଲେ। ନିହାର ରଞ୍ଜନ ବେହେରା ସ୍କୁରର ଭାବେ ଦାଇତ୍ୱ ତୁଲାଇ ଥିବାବେଳେ ସରୋଜ ଦାସ, ରମେଶ ମଲ୍ଲିକ ଓ ଆଶିଷ ଦାସ ପ୍ରମୁଖ ଖେଳରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ