ଭଗବତ ସ୍ୱାମୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

ବେଲଗୁଣ୍ଠା, (ସନ୍ତୋଷ ବିଷୋୟୀ):ଆଜି ବେଲଗୁଣ୍ଠା ଆଳିଆ ସାହିରେ ଭାଗବତ ସ୍ୱାମୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ମନ୍ଦିର ପ୍ରତିଷ୍ଠା କାର୍ଯ୍ୟରେ ମୁଖ୍ୟ ପୂଜକ ଭାବେ ରାଜେନ୍ଦ୍ର ପତି, କାହ୍ନୁ ପତି ଏବଂ ଗଜେନ୍ଦ୍ର ପତି ଉପସ୍ଥିତ ଥିଲେ I ମନ୍ଦିର ପ୍ରତିଷ୍ଠାତା ରମେଶ୍ କୁମାର ସାମଲ୍ ଙ୍କ ପ୍ରଚେଷ୍ଟାରେ ଚଢିଆ ପଲ୍ଲୀ ଗ୍ରାମର ଶିଳ୍ପୀ ବାଳକୃଷ୍ଣ ମହାରଣା ମନ୍ଦିରଟିକୁ ସୁନ୍ଦର ଭାବେ ନିର୍ମାଣ କରିଛନ୍ତି I ଆଜିର ପ୍ରତିଷ୍ଠା ଉତ୍ସବରେ ମନ୍ଦିର ପରିଚାଳନା କମିଟି ସଭାପତି ରଞ୍ଜିତ୍ କୁମାର ସାମଲ ଏବଂ ତାଙ୍କର ଧର୍ମପତ୍ନୀ ପ୍ରିୟମ୍ବଦା ସାମଲ କର୍ତ୍ତା କର୍ତ୍ତ୍ରୀ ଭାବେ ଉପସ୍ଥିତ ଥିଲେ I ଏହା ସହ ମନ୍ଦିର ପରିଚାଳନା କମିଟି ସମ୍ପାଦକ ବିଦେଶୀ ଖଣ୍ଡୁଆଳ, ସହ ସମ୍ପାଦକ ପ୍ରଫୁଲ୍ଲ ସ୍ଵାଇଁ, କୋଷାଧ୍ୟକ୍ଷ ପ୍ରକାଶ ସାମଲ, ଉପଦେଷ୍ଟା ବିନୟ ରାଉତ, ଉପସଭାପତି ସୁରେନ୍ଦ୍ର ସାମଲ ଏବଂ ସଭ୍ୟ ସୁରେନ୍ଦ୍ର ଚୌଧୁରୀ,ପ୍ରଦିପ ସାମଲ,ଆକୁଳ ଖଣ୍ଡୁଆଳ, ସଞ୍ଜୟ ଦଳେଇ, କୈଳାସ ଗୌଡ଼, ଯୁଧିଷ୍ଠିର ସ୍ୱାଇଁଙ୍କ ସମେତ ଆଳିଆ ସାହି ପରିଚାଳନା କମିଟି ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ