ଭଗବାନଙ୍କ ମୃର୍ତି ଭାଙ୍ଗିଲେ ଦୃବୁର୍ତ ଥାନାରେ ଏତଲା

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍‌): ନାଉଗାଁ ଥାନା ଅନ୍ତର୍ଗତ ଗଜରାଜପୁର ପଂଚାୟତର ସର୍ବ ପୁରାତନ ଶୈବପୀଠ ତୁମ୍ବେଶ୍ୱର ମହାଦେବଙ୍କ ମନ୍ଦିର ପରିସରରେ ଥିବା ହନୁମାନ, ଶନିଦେବ, ମନସା ଦେବୀ, ବାସୁଆ ବଳଦ, ବୃନ୍ଦାବତୀ ମୂର୍ତି ଆଦିକୁ ଗୁରୁବାର ବିଳମ୍ବିତ ରାତ୍ରିରେ କେହି ଦୃର୍ବୁତ ବାଡେଇ ଭାଙ୍ଗି ଦେଇଛି । ଯାହାକୁ ନେଇ ମନ୍ଦିରର ପୂଜାରୀ ଜଗନ୍ନାଥ ପଣ୍ଡା ନାଉଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ନାଉଗାଁ ଆରକ୍ଷୀ ନିରୀକ୍ଷିକା ପ୍ରଜ୍ଞା ରିତାମ୍ବର କର ଅଭିଯୋଗ ପାଇବା ପରେ ଘଟଣାସ୍ଥଳରେ ପହଁଚି ଘଟନା ସଂର୍ପକରେ ଅନୁଧ୍ୟାନ କରିବା ପରେ ସନ୍ଧାନୀ କୁୁକୁର ଓ ସାଇନିଟିଫିକ ଟିମ ଦ୍ୱାରା ତଦନ୍ତ ଆରମ୍ଭ ହୋଇଛି । ହେଲେ କୌଣସି ସନ୍ଧାନ ମିଳି ନଥିବା ଜଣାଯାଇଛି । ପ୍ରକାଶ ଥାଉକି ଗତ କିଛିଦିନ ତଳେ ଏହି ମନ୍ଦିରରୁ ଘଂଟ, ତମ୍ବା ମୂର୍ତି, ହୁଣ୍ଡିବାକ୍ସ ଆଦି ଚୋରି ଯାଇଥିଲା । ଏହାର ସଂଧାନ ମିଳି ନଥିବା ବେଳେ ଗତକାଲି ରାତିରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛୀ । ଏହି ମନ୍ଦିର ପରିସରରେ ଥିବା ହନୁମାନ ମୂର୍ତି ସହିତ ଶନିଦେବ, ମନସା ଦେବୀ, ବାସୁଆ ବଳଦ,ବୃନ୍ଦାବତୀ ମୂର୍ତି ଆଦିକୁ କେହି ଦୃର୍ବୁତ ଭାଙ୍ଗି ଦେଇଛି । ଯାହାକି ଏହି ପୀଠଟି ନାଉଗାଁ ଅଂଚଳର ସର୍ବ ପୁରାତନ ଶୈବପୀଠ ହୋଇଥିବାରୁ ଅଂଚଳବାସୀଙ୍କ ଭାବବେଗ ପ୍ରତି କୁଠାରଘାତ ହୋଇଛି । ବାରମ୍ବାର ଚୋରି ହେବା ସହିତ ଭାଗବାନଙ୍କ ମୃର୍ତିକୁ ଭାଙ୍ଗିବା ଦ୍ୱାରା ସ୍ଥାନୀୟ ଅଂଚଳର ବିଭିନ୍ନ ମହଲରେ ଉକ୍ତ କାର୍ଯ୍ୟକୁ ନିନ୍ଦା କରାଯିବା ସହ ପୋଲିସ ପ୍ରଶାସନ ଏଥିପ୍ରତି ଗୁରୁତର ସହିତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି । ପ୍ରକାଶ ଯୋଗ୍ୟ ଗତକିଛି ମାସ ତଳେ ମନ୍ଦିରର ନିତୀପୂଜାକୁ ନେଇ ଦୁଇ ପୂଜକଙ୍କ ଗୋଷ୍ଠୀ ମଧ୍ୟରେ କନ୍ଦଳ ଲାଗି ରହିଥିଲା । ଆଗକୁ ଉକ୍ତ ପୀଠରେ ମହାଶିବରାତ୍ରୀ ପାଳନ ହେବାକୁ ଥିବା ବେଳେ ଏପରି ମୂର୍ତି ଭଙ୍ଗାକୁ ନେଇ ସାଧାରଣରେ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନାଉଗାଁ ଆରକ୍ଷୀ ନିରୀକ୍ଷିକା ପ୍ରଜ୍ଞା ରିତାମ୍ଭର କର ଅଭିଯୋଗକୁ ଭିତିକରି ୨୦/୨୦୨୦ରେ ଏକ ମାମଲା ରୁଜୁକରି ତଦନ୍ତ ଚାଲିଥିବା ପ୍ରକାଶ କରିଛନ୍ତି । ଅନ୍ୟପଟରେ ଏହି ପଂଚାୟତରେ ଥିବା ମା’କୁତାମ ଚଣ୍ଡୀ ମନ୍ଦିରରୁ ମୃର୍ତି ଚୋରୀ ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳି ନଥିବା ବେଳେ ସର୍ବ ପୁରାତନ ଶୈବପୀଠ ପରିସରରେ ଥିବା ମୃର୍ତି ଭଙ୍ଗାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ହେଉଛି । ଦେବୀନଦୀରେ ସେତୁ ନିର୍ମାଣ ହେବା ପର ଠାରୁ ଏହି ପଂଚାୟତକୁ ନିଆଳି ତଥା ବିଭିନ୍ନ ଅଂଚଳରୁ ଦୃବୁର୍ତମାନେ ଆସି ଏଠାରେ ଆଶ୍ରୟ ନେଉଥିବା ବେଳେ ନିଛାଟିଆ ସ୍ଥାନ ହେଉଥିବାରୁ ଦୃବିୁର୍ତଙ୍କୁ ନିଶାଦ୍ରବ୍ୟ ଖାଇବା ପାଇଁ ସୁବିଧା ହେଉଛି । ସେମାନେ ଏହିଭଳି କାର୍ଯ୍ୟ କରିଥାଇ ପାରନ୍ତି ବୋଲି ମଧ୍ୟ ଆଲୋଚନା ହେଉଛି । ଏପରିକି ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ଏହିପରି କାଣ୍ଡ ଘଟାଇ ଥାଇ ପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

?????????????
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ