ଭଗବାନପୁରର ଭଗବାନଙ୍କ ଘରୁ ଉଦ୍ଧାର ହେଲା ଅହିରାଜ
ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବନବିଭାଗ ଅନ୍ତର୍ଗତ ଭଗବାନପୁର ଗ୍ରାମର ଭଗବାନ ସାହୁଙ୍କ ଘରୁ ଏକ ୧୩ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର ହୋଇଛି। ଆଜି ଦିନ ୦୧.୦୦ ଘ ସମୟରେ ଭଗବାନ ମଧ୍ୟାହ୍ନ ଭୋଜନ କରିବାକୁ ଗଲାବେଳେ ହଠାତ ଏକ ବିରାଟ କାୟ ସର୍ପ ତାଙ୍କ ଘର ଭିତରକୁ ପଶିବାର ଦେଖିଥିଲେ। ଏହା ପରେ ବି.କରଡ଼ାବାଡ଼ିର ସ୍ନେକ୍ ହେଲ୍ପ ଲାଇନ୍ ର ସଦସ୍ୟ ହରିଷ୍ ପାଢିଙ୍କୁ ଜଣାଇଥିଲେ। ହରିଷ୍ ସେଠାରେ ପହଁଚି ଦେଖିବା ବେଳକୁ ସାପଟି ଏକ ଗୋଧିକୁ ଖାଇଥିଲା। ସାପଟିକୁ ଉଦ୍ଧାର କରିବା ପରେ ବନ ବିଭାଗ ଉପସ୍ଥିତିରେ ସ୍ଥାନୀୟ କରଚୁଲି ଜଙ୍ଗଲରେ ଛଡ଼ା ଯାଇଥିଲା।