ଭଗବାନ ବିର୍ସା ମୁଣ୍ଡାଙ୍କ ବଳିଦାନ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ
ବାରିପଦା,(ମୁରାରୀ ମୋହନ ମହାପାତ୍ର):ଓଡ଼ିଶା ସରକାରଙ୍କର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଅନୁକୁଲ୍ୟରେ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମବାର୍ଷିକୀ ଉପଲକ୍ଷେ ବାରିପଦା ସ୍ଥିତ ଛଉ ପଡିଆ ଠାରେ ଜିଲ୍ଲା ସ୍ତରୀୟ ଜନଜାତିୟ ଗୌରବ ଦିବସ ପାଳିତ ହୋଇଯାଇଛି.
ଗୃହ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହିତ ଆଦିବାସୀ ସମ୍ପ୍ରଦାୟର ମହାନ ବିପ୍ଳବୀ ଭଗବାନ ବିର୍ସା ମୁଣ୍ଡାଙ୍କ ବଳିଦାନର ଗାଥା ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଏବଂ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଅବଦାନକୁ ସ୍ମରଣ କରିବା ପାଇଁ ୨୦୨୧ ମସିହାରେ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ନଭେମ୍ବର ୧୫କୁ ଜନଜାତୀୟ ଗୌରବ ଦିବସ ଭାବରେ ପାଳନ କରିବା ନିମନ୍ତେ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି କହିଥିଲେ. ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ସାରସକଣା ବିଧାୟକ ଭାଦବ ଚନ୍ଦ୍ର ହାଁସଦା, ଉଦଳା ବିଜ୍ଞାପିତ ଅଂଚଳ ପରିଷଦର ନଗରପାଳିକା ପ୍ରମିଳା ପଣ୍ଡା ପ୍ରମୁଖ ଯୋଗ ଦେଇବିର୍ସା ମୁଣ୍ଡାଙ୍କ ତ୍ୟାଗ ଏବଂ ବଳିଦାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ. ଏହି ଅବସର ରେ ଅତିଥି ମାନେ ଭଗବାନ ବିର୍ସା ମୁଣ୍ଡାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଗଣ୍ୟ ମାନ୍ୟ ବ୍ୟକ୍ତିଙ୍କ ସହିତ ଆଭାସୀ ମାଧ୍ୟମରେ ବିହାରରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିଥିଲେ.
ଏହି ପରିପ୍ରେକ୍ଷୀରେ, ମୁଣ୍ଡାରୀ ଲେଖକ ବୁଦ୍ଧିଆ ସିଂ, ରଗବି ଖେଳାଳି ନରସିଂହ ମାର୍ଣ୍ଡି, ମୁଣ୍ଡାରୀ କବି ଭାନୁମତୀ ସିଂ, ସିଭିଲ ସର୍ଭିସ ରେ ଟିକିଲିମଣି ସୋରେନ, ବିକାଶ ବେଶରା, ଶୁଭଶ୍ରୀ ନାଏକ, ଅଧ୍ୟାପକ ବୀରମଲ ସିଂ, ଫୁଟବଲ ଖେଳାଳି ବାଜିନାଥ ହେମ୍ବ୍ରମ, ମେଡିକାଲ ଅଫିସର ଡଃ ମିନା ହେମ୍ବ୍ରମ, ଡଃ ପୂର୍ଣଚନ୍ଦ୍ର, ଡଃ ରୁବି ହେମ୍ବ୍ରମଙ୍କୁ ଜିଲ୍ଲା ଜନଜାତି ଦିବସ ସମ୍ମାନ ପ୍ରଦାନ କରାଯାଇଥିଲା. ଏଥିସହିତ ୧୧ ଜଣ ପିଭିଟିଜି ସୋରିଷ ଚାଷୀଙ୍କୁ ଏଫ.ଆର.ଏ ପଟ୍ଟା ବଣ୍ଟନ କରାଯିବା ସହିତ ସମ୍ମାନିତ ମଧ୍ୟ କରାଯାଇଥିଲା. ଏବଂ ୫ଜଣ ହିତାଧିକାରୀଙ୍କୁ ପିଏମ-ଜନମନ ଗ୍ରାମୀଣ ଗୃହ ଯୋଜନାରେ ୨୦ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରା ଯାଇଥିଲା. ଉକ୍ତ ସଭାରେ, ଜିଲ୍ଲାପାଳ ହେମକାନ୍ତ ସୟଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ, ଦୌଲତ ଚନ୍ଦ୍ରକାର, ବାରିପଦା ଉପଜିଲ୍ଲାପାଳ ଈଶ୍ବର ଚନ୍ଦ୍ର ନାୟକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶାନ୍ତନୁ କୁମାର ନାୟକ, ବାରିପଦା ପୌରପାଳିକା ନିର୍ବାହୀ ଅଧକାରିଣୀ ଡଃ ମଧୁସ୍ମିତା ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ. ଏହି ପାଳନୀୟ ଦିବସ ବ୍ୟାପି କାର୍ଯ୍ୟକ୍ରମକୁ ପ୍ରକଳ୍ପ ପ୍ରଶାସକ, ଏଇ.ଟି.ଡ଼ି.ଏ, ଶ୍ରୀ ପ୍ରଣୟ କୁମାର ବେହେରା ସଂଯୋଜନା କରିଥିବା ବେଳେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରିଣୀ ସୁଶ୍ରୀ ସ୍ମୃତିଲିପି ସାହୁ ସଂଚାଳନ ସହ ଧନ୍ୟବାଦ ଅର୍ପଣ କରିଥିଲେ.