ଭଗିବିନ୍ଧା ଠାରେ ମାଦୁର୍ଗାଙ୍କ ମହାଷ୍ଟମୀ ପୂଜା ପାଳିତ

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ଜଳମଣ୍ଡୁଆ ପଞ୍ଚାୟତ ଭଗିବିନ୍ଧା ଠାରେ ମାଦୁର୍ଗାଙ୍କ ଆଜି ମହାଷ୍ଟମୀ ପୂଜା ପାଳିତ ହୋଇଯାଇଛି । କୋଭିଡ କଟକଣା ଅନୁଯାୟୀ ପୂଜାକମିଟି ପକ୍ଷରୁ ଆଜି ଅଷ୍ଟମୀ ପୂଜା ଅନୁଷ୍ଠିତ ହୋଇଥିଲା । ପୂଜକ ନାରାୟଣ ଚନ୍ଦ୍ର ପଣ୍ଡା, ରଙ୍ଗାଧର ପଣ୍ଡା ଓ ମନୋଜ ପଣ୍ଡାଙ୍କ ଦ୍ୱାରା ମା ଦଶଭୂଜାଙ୍କୁ ବୈଦିକ ବିଧି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା । ପୀଠରେ କଖାରୁ ବଳି ସହିତ ଅନ୍ୟାନ୍ୟ ପୂଜା ଆୟୋଜନ ହୋଇଥିଲା । ସ୍ଥାନୀୟ ପଦିନାରାୟଣପୁର, ବରପଦୀ, ସରଦପୁର, ସରିପୁର, କରଞ୍ଜିଗୁଣୁପୁର, ଜଳମଣ୍ଡୁଆ, ହରିପୁର ବିନ୍ଧା, ବହୁଦରଡା, ପାଟଣା ପ୍ରମୁଖ ଗ୍ରାମର ବ୍ରତଧାରୀ ଶ୍ରଦ୍ଧାଳୁ ମାନେ ପୀଠରେ ମା ଦଶଭୂଜାଙ୍କୁ କୋଭିଡ କଟକଣା ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ । ଆୟୋଜିତ ମହାଷ୍ଟମୀ ପୂଜାକୁ କମିଟିର ସଭାପତି ବ୍ରଜକିଶୋର ଦାସ, ସମ୍ପାଦକ ବଟକୃଷ୍ଣ କୁଣ୍ଡୁଙ୍କ ସମେତ ବରିଷ୍ଠ ସଦସ୍ୟ ଅନନ୍ତ ସାମଲ, ପଦ୍ମଲୋଚନ କୁଣ୍ଡୁ, ମଦନମୋହନ କୁଣ୍ଡୁ, ରମେଶ ଦାସ, ସରୋଜ ସାମଲ, ଅଶୋକ ପାଲ, ମାନସ ସାମଲ, ବ୍ରଜକିଶୋର ଦାସ, ଅକ୍ଷୟ ଦାସ, ଅଜୟ ଦାସ ପ୍ରମୁଖ ପରିଚାଳନା କରିଥିଲେ । ସେହିଭଳି ସରସଦା, ଭଣ୍ଡାରିପୋଖରୀ ବଜାର, ନିର୍ଗୁଣ୍ଡି, ମଞ୍ଜୁରୀରୋଡ, ପାଟୁଳି, ଜୋରାଗଡିଆ ପ୍ରମୁଖ ସ୍ଥାନରେ ମାଦୁର୍ଗାଙ୍କ ଅଷ୍ଟମୀ ପୂଜା ଆଜି ଅନୁଷ୍ଠିତ ହୋଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ