ଭଙ୍ଗା ଗଢ଼ାରେ ଚାଲିଛି କରଞ୍ଜିଆ ଏନଏସିର ଉନ୍ନତିକରଣ

କରଞ୍ଜିଆ,(ଜିତେନ୍ଦ୍ର ରାଜ):କରଞ୍ଜିଆ ଏନଏସି ଅଞ୍ଚଳରେ ଏବେ ପ୍ରକଳ୍ପ ଗଢ଼ିବା ଓ ସେହିପ୍ରକଳ୍ପ କୁ ଭାଙ୍ଗିବାରେ ଚାଲିଛି କରଞ୍ଜିଆ ଏନଏସି ର ଉନ୍ନତିକରଣ କାର୍ଯ୍ୟ ଏହାର ସଦ୍ୟତମ ଉଦାହରଣ ହେଉଛି କରଞ୍ଜିଆ ଏନଏସି ବସଷ୍ଟାଣ୍ଡ ରେ ତତ୍କାଳୀନ ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଙ୍କ ସାଂସଦ ପାଣ୍ଠିରେ କିଛି ମାସ ପୂର୍ବରୁ ୨ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତି
ଯାତ୍ରୀ ପ୍ରତୀକ୍ଷାଳୟ ଓ ସଦ୍ୟ ନିର୍ମାଣଧୀନ ପାଣିଟାଙ୍କି ଟି ଯାହା ପାଇଁ ତତ୍କାଳୀନ ସାଂସଦ ଙ୍କ ପାଣ୍ଠି ରୁ ୪ ଲକ୍ଷ ଟଙ୍କା ଅନୁଦାନ ରେ ପାଣ୍ଠି ମିଳିବାର ୨ ବର୍ଷ ପରେ ଏବେ ନିର୍ମାଣଧୀନ ଅଛି ତାହା ଦିନ ମଧ୍ୟରେ ଭଂଗାଯିବ ବୋଲି ନିଷ୍ପତି ନିଆଯାଇଛି ୨ଦିନ ତଳେ କରଞ୍ଜିଆ ତହସିଲଦାର ବିଦ୍ୟାଧର ପତି, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଲଳିତ କୁମାର ନାଏକ ଏବଂ ଅନ୍ୟ ରାଜସ୍ବ ଓ ଏନଏସି କର୍ମଚାରୀ ଙ୍କ ଉପସ୍ଥିତିରେ ଏହି ୨ଟି ପ୍ରକଳ୍ପ ସହିତ ଅନ୍ୟ ଏକ ଜଳଖିଆ ଦୋକାନ କୁ ଭଂଗାଯିବ ନିମନ୍ତେ ଚି଼ହ୍ନଟ ହୋଇଛି ନୂତନ ବସଷ୍ଟାଣ୍ଡ ର ନିର୍ମାଣ ନିମନ୍ତେ ସାଂସଦ ପାଣ୍ଠି ରେ ନିର୍ମିତ ଉକ୍ତ ୨ ଟି ପ୍ରକଳ୍ପ କୁ ଭଂଗାଯିବ ଏଠାରେ ପ୍ରଶ୍ନ ଉଠେ ଏହି ସମାନ ସ୍ଥାନରେ ବସ ଷ୍ଟାଣ୍ଡ କୁ ରାସ୍ତା ନିର୍ମାଣ ପ୍ରସ୍ତାବ ପାରିତ ହୋଇ ଟେଣ୍ଡର ହୋଇଥିବା ଓ ତହସିଲଦାର ଓ ନିର୍ବାହୀ ଅଧିକାରୀ ଙ୍କ ଉପସ୍ଥିତି ରେ ଉକ୍ତ ଗୃହ ଗୁଡିକ ଭାଙ୍ଗିବାକୁ ଚି଼ହ୍ନଟ କରିଥିଲେ ଦାୟିତ୍ୱ ରେ ଥିବା ଅଧିକାରୀ ଓ ଠିକାଦାର ଜାଣିଶୁଣି ଭଙ୍ଗାଯିବାକୁ ଥିଲେ ମଧ୍ୟ ସେହି ସ୍ଥାନରେ ତରବରିଆ ଭାବେ ନିମ୍ନମାନର ନିର୍ମାଣ କରାଯାଇ ଅର୍ଥ ହରିଲୁଟ କରିବାକୁ ଯୋଜନା କରୁଥିବା ଓ ସାଂସଦ ଙ୍କ ପାଣ୍ଠି ରୁ ୪ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିଲେ ମଧ୍ୟ ନିର୍ମାଣ ସ୍ଥଳରେ ଲାଗିଥିବା ଫଳକ ରେ ୨ ଲକ୍ଷ ପଚାଶ ହଜାର ଟଙ୍କା ଉଲ୍ଲେଖ ରହିବାକୁ ନେଇ ସାଧାରଣ ରେ ଏହିନିର୍ମାଣ କାମ ରେ ବ୍ୟାପକ ଦୁର୍ନୀତି ନେଇ ସନ୍ଦେହ ପ୍ରକାଶ ପାଇଛି
ଲୋକଙ୍କ ଝାଳବୁହା ଟଙ୍କା ର ରାଜସ୍ବ ଅର୍ଥ କୁ ଏଭଳି ଲୁଟ ବା ନଷ୍ଟ କରିବାକୁ ଅଧିକାରୀ ଓ ଠିକାଦାର ଙ୍କୁ ଅନୁମତି ଦେଲା କିଏ ? ଏହି କ୍ଷତିର ଭରଣା କରିବ କିଏ ଦାୟିତ୍ୱ ରେ ଥିବା ଅଧିକାରୀ ନା ଠିକାଦାର ?
ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି
ସେହିଭଳି ବର୍ତମାନ ପୌରପରିଷଦ ପୂର୍ବ ଶାସନ କ୍ଷମତା ରେ ଥିବା ପୌରପରିଷଦ ସମୟରେ କରଞ୍ଜିଆ ଦୈନିକ ପରିବା ମାର୍କେଟ ରେ ଟିଣ ଛପର ଓ ତାର ଜାଲି ଦେଇ ନିର୍ମିତ ହୋଇଥିବା ପରିବା ମାର୍କେଟ ମାତ୍ର ୨ ବର୍ଷ ମଧ୍ୟରେ ପୂର୍ବରୁ ଭଂଗାଯାଇଛି
ସହର ର ଗଳି ରାସ୍ତା ରେ ଭାରୀଯାନ ପ୍ରବେଶ ରୋକିବାକୁ ତତ୍କାଳୀନ କାଉନସିଲ ସମୟରେ ଲୁହାର ବ୍ୟାରିକେଡ଼ ବା ଗେଟ କିଛି ମାସ ମଧ୍ୟରେ କୁଆଡେ ଗାୟବ ହୋଇଯାଇଥିଲା
ଓ କରଞ୍ଜିଆ ର ପ୍ରମୁଖ ଛକ ମାନଙ୍କ ରେ ଲାଗିଥିବା ଷ୍ଟିଲ ସୂଚନା ଫଳକ ଗୁଡିକ ନିର୍ମାଣ ରେ ଲକ୍ଷାଧିକ ଟଙ୍କା ବ୍ୟୟ ହୋଇଥିଲା ଗୋଟିଏ କିମ୍ବା ୨ଟି ସ୍ଥାନ କୁ ଛାଡିଦେଲେ ଅନ୍ୟ କୌଣସି ସ୍ଥାନରେ ଲାଗିବାର କିଛିଦିନ ପରେ ତାହାର ମଧ୍ୟ କୌଣସି ପତ୍ତା ନାହିଁ ସେହିଭଳି ସେହି ଅଧ୍ୟକ୍ଷ ଙ୍କ କାର୍ଯ୍ୟକାଳ ରେ କରଞ୍ଜିଆ ଏନଏସି ର ୱାର୍ଡ ନଂ ୧୪ ଠାରେ ପ୍ରାୟ ଷାଠିଏ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ବ୍ୟୟ ରେ ନିର୍ମାଣ କରାଯାଇଥିବା ଏକ ଅତ୍ୟାଧୁନିକ ବୈଦୁତିକ ଶ୍ମାଶାନ ମଧ୍ୟ ଇତି ମଧ୍ୟରେ ମାଟିରେ ମିଶିବାକୁ ବସିଲାଣି ଓ ଏହାମଧ୍ୟରେ ଆଉ ଏକ ସ୍ମଶାନ ର ନିର୍ମାଣ କାମ କରଞ୍ଜିଆ ସାହାରପଡା ରାସ୍ତା ର ଦେଓ ନଦୀ କୂଳରେ ନୂତନ ଅଧ୍ୟକ୍ଷା ଙ୍କ ଦାୟିତ୍ୱ ନେବା ପରେ ଏନଏସି ପକ୍ଷରୁ ନିର୍ମାଣଧୀନ ରହିଛି
ଜନସାଧାରଣ ଙ୍କ ଟ୍ୟାକ୍ସ ଅର୍ଥ ରେ ନିର୍ମିତ କରଞ୍ଜିଆ ଏନଏସି ଦ୍ୱାରା ନିର୍ମିତ କୋଟି କୋଟି ଟଙ୍କା ପ୍ରକଳ୍ପ ପ୍ରସ୍ତୁତି ରେ ଲାଗୁଥିବା ବେଳେ ଜନସାଧାରଣ ତାହାର ସୁଫଳ ପାଇବା ପୂର୍ବରୁ ସରକାରୀ ତାହାବିଲ ରୁ ପୁଣି ଅର୍ଥ ଖର୍ଚ୍ଚ କରାଯାଇ ପୁଣି ସେହି ପ୍ରକଳ୍ପ କୁ ଭଙ୍ଗା ଯାଉଛି
ବସଷ୍ଟାଣ୍ଡ ରେ ନିର୍ମାଣଧୀନ ପାଣିଟାଙ୍କି ପ୍ରକଳ୍ପ ର ଅନୁଦାନ ଓ ଅଟକଳ ମୂଲ୍ୟ ୪ ଲକ୍ଷ ଟଙ୍କା ହୋଇଥିବା ବେଳେ ନିର୍ମାଣ ସ୍ଥାନରେ ଲାଗିଥିବା ଫଳକ ରେ ୨ ଲକ୍ଷ ପଚାଶ ହଜାର ଉଲ୍ଲେଖ ରହିଛି ଯାହାକୁ ନେଇ ନିର୍ମାଣ କାମରେ ବ୍ୟାପକ ଅର୍ଥ ହେରଫେର ହେଉଥିବା ନେଇ ସାଧାରଣ ରେ ସନ୍ଧେହ ପ୍ରକାଶ ପାଇଛି ଏସବୁ ଘଟଣା ର ଭିଜିଲାନ୍ସ କିମ୍ବା ଉଚ୍ଚସ୍ତରୀୟ ତଦନ୍ତ ହେଲେ ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସିପାରନ୍ତା ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି
ଏବଂ ବସଷ୍ଟାଣ୍ଡ ରେ ନିର୍ମାଣଧୀନ ପାଣିଟାଙ୍କି ଓ ନିର୍ମିତ ଯାତ୍ରୀ ପ୍ରତୀକ୍ଷାଳୟ ଯଦି ଭଂଗାଯାଏ ତେବେ ଦାୟିତ୍ୱ ରେ ଥିବା ଅଧିକାରୀ ଓ ଠିକାଦାର ଙ୍କ ଠାରୁ ଖର୍ଚ୍ଚ ହୋଇଥିବା ଅର୍ଥ ଆଦାୟ ପାଇଁ ସ୍ଥାନୀୟ ଜନସାଧାରଣ ଦାବୀ ରଖିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ