ଭଙ୍ଗା ଚାଲିଛି ରଙ୍ଗଶାଳା

ଯାଜପୁର- ବହୁଚର୍ଚ୍ଚିତ ହରିଦାସପୁର ପିଇଓ ସ୍ମିତାରଣୀ ବିଶ୍ବାଳଙ୍କ ମୃତ୍ୟୁର ୩ ମାସ ବିତିଛି। ପ୍ରଶାସନ ତରଫରୁ ଆଜି ଯେଉଁ ଘରେ ସ୍ମିତାରାଣୀଙ୍କ ମୃତ୍ୟୁ ହୋଇଥିଲା ସେହି ଗେଷ୍ଟହାଉସକୁ ଅକ୍ତିଆର କରିବା ସହ ତାକୁ ଭାଙ୍ଗିବା ପାଇଁ ଉଦ୍ୟମ ଜାରି ରହିଛି । ସେପଟେ ପ୍ରଶାସନ ଦ୍ବାରା ଘରର ଆସବାସ ପତ୍ର ବାହାରକୁ କାଢ଼ିନିଆଯାଉଛି । ଏସବୁ ରୂପେସଙ୍କ ପରିବାରକୁ ହସ୍ତାନ୍ତର କରାଯାଉଛି । ଏହି ଅପରେସନରେ ୩ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ହେବା ସହ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଏସଡିପିଓ ଚିନ୍ମୟ କୁମାର ଧଳ, ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା ଓ ବଡଚଣା ଏବଂ ଜେନାପୁର ଥାନା ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ରହିଛନ୍ତି । ହେଲେ ଏହି କାର‌୍ୟ୍ୟକୁ ହରିଦାସପୁର ପଂଚାୟତ ସରପଞ୍ଚ ଓ ତାଙ୍କ ସମର୍ଥକ ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି । ଏଥିସହ ସରପଞ୍ଚ ମଧୁସ୍ମିତା ଭଦ୍ର ଉପସ୍ଥିତ ଅଧିକାରୀମାନଙ୍କୁ ଏକ କୋର୍ଟ ଷ୍ଟେ ଅର୍ଡର ଦେଖାଇଥିଲେ ମଧ୍ୟ ତାକୁ ପ୍ରଶାସନ ଅଣଦେଖା କରିଛି ବୋଲି ଅଭିଯୋଗ ଆଣିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ