ଭଙ୍ଗା ହେବ ରଙ୍ଗଶାଳା

ଯାଜପୁର (ଯୁଗାବ୍ଦ ନ୍ୟୁଜ): ରୂପେସ ଭଦ୍ରଙ୍କ ରାଜ୍ୟରେ ଚର୍ଚ୍ଚା ରେ ଥିବା ସ୍ମିତାରାଣୀ ବିଶ୍ୱାଳ ଙ୍କ ହତ୍ୟାକାଣ୍ଡ କୁ ନେଇ ଗୋଟିଏ ପରେ ଗୋଟିଏ ପ୍ରମାଣ ପଦାକୁ ଆସୁଛି । ଏହି ହତ୍ୟାକାଣ୍ଡ ର ମୁଖ୍ୟ ଅଭିଯୁକ୍ତ ରୁପେସ ଭଦ୍ରା ଙ୍କ ଗେଷ୍ଟହାଉସ୍ ସରକାରୀ ଜମିରେ ଅବସ୍ଥିତ ଥିବା ପ୍ରମାଣ ମିଳିଲା । ତଦନ୍ତ ରିପୋର୍ଟରୁ ଏହା ସ୍ପଷ୍ଟ ହେଲା କି ଏହି ଗେଷ୍ଟ ହାଉସଟି ସରକାରୀ ଜମିରେ ନିର୍ମାଣ କରାଯାଇଛି । ତେଣୁ ତୁରନ୍ତ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଦୁଇଦିନ ପୂର୍ବରୁ କଂଗ୍ରେସ ଜିଲା ସଭାପତି ମନୋଜ ରାଉତ ଅଭିଯୋଗ କରିଥିଲେ କିଭଳି ଏହି ଗେଷ୍ଟ ହାଉସ ସରକାରୀ ଜମିରେ ନିର୍ମାଣ କରାଯାଇଛି ଓ ଏହା ପଛରେ କାହା ହାତ ଅଛି । ଗତକାଲି ଏହାକୁ ନେଇ କଂଗ୍ରେସ ପକ୍ଷରୁ ଏସପି ଅଫିସ ମଧ୍ୟ ଘେରାଉ କରାଯାଇଥିଲା । ଏହାପରେ ଜିଲା ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ କରାଯାଇଥିଲା । ଧର୍ମଶାଳା ତହସିଲ ପ୍ରଶାସନ ଏ ନେଇ ଏକ ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରିବା ପରେ ଏହକୁ ସମ୍ପୂର୍ଣ୍ଣ ଉଚ୍ଛେଦ ପାଇଁ ନିଷ୍ପତ୍ତି ନିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ