ଭଞ୍ଜନଗରରେ ଉପଲବ୍ଧ ହେବ ସ୍ମାର୍ଟ ସିଟିର ଅନୁଭବ
ଭଞ୍ଜନଗର ( ସନ୍ତୋଷ ଜେନା): ଭଞ୍ଜନଗରରେ ଉପଲବ୍ଧ ହେବ ସ୍ମାର୍ଟ ସି.ଟିର ଅନୁଭବ, ସୁବିଧାରେ SMEW CAB ଯୋଗାଇବ ଅନଲାଇନ ବୁକିଂ ଯୋଗେ ମାତ୍ର ୧୫ ମିନିଟରେ ଯାତାୟାତ ନିମିତ୍ତ ଟାକ୍ସି,କାର ,ଅଟୋର ସୁବିଧା । ଏଥିନିମିତ୍ତ କମ୍ପାନୀ ଭୁବନେଶ୍ବର ପରେ ନିଜର ଦ୍ବିତୀୟ ଅଫିସର ଶୁଭାରମ୍ଭ କରିଛି ଭଞ୍ଜନଗର ବାଇବାସ ରୋଡ ବିଜୁପଟ୍ଟନାୟକ ଛକ ଠାରେ । ପ୍ରଶିକ୍ଷଣ ପ୍ରାପ୍ତ ଡ୍ରାଇଭର ଙ୍କ ସହାୟତାରେ ନ୍ୟାୟୋଚିତ ଦରରେ ଉତ୍ତମ ସେବା ଯୋଗାଇବାକୁ କମ୍ପାନୀ ଲକ୍ଷ୍ୟ ରଖିଥିବା କଥା ଶୁଭାରମ୍ଭ ନିମିତ୍ତ ଆୟୋଜିତ ବୈଠକରେ ମତ ରଖିଛନ୍ତି ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସି.ଇ.ଓ କାହ୍ନୁଚରଣ ଗୌଡ ା ଏହି ସୁବିଧା ଆସନ୍ତା ତା- 17.9.21 ଅର୍ଥାତ ପବିତ୍ର ବିଶ୍ବକର୍ମା ପୂଜା ଠାରୁ ଆରମ୍ଭ ହେବ । ଲୋକମାନେ କମ୍ପାନୀ ଦ୍ବାରା ପ୍ରସ୍ତୁତ ଓ ଗୁଗୁଲ ପ୍ଳେ ଷ୍ଟୋରରେ ଉପଲବ୍ଧ SMEW CABର ଆପ୍ କୁ ବ୍ୟବହାର କରି ସହଜରେ ନିଜର ଲୋକେସନ ଦେଇ କେଉଁ ସ୍ଥାନକୁ ଯିବେ ତାହା ଲେଖିବା ମାତ୍ରକେ ସେହି ଆପରେ ଉଚିତ ଦର ମଧ୍ୟ ଦେଖାଇବ ଓ ପରେ ତାହାକୁ ବୁକିଂ କଲେ ସର୍ବାଧିକ ପନ୍ଦର ମିନିଟରେ ସେହି ବ୍ୟକ୍ତିଙ୍କ ପାଖରେ ଇଛା କରୁଥିବା ଗାଡି ଆସି ପହଞ୍ଚିବ ବୋଲି ସେ ମତବ୍ୟକ୍ତ କରିଛନ୍ତି ା ସ୍ମିଉ କ୍ୟାବର ଆପ ମାଧ୍ୟମରେ ଅନଲାଇନ ବୁକିଂ ସହ 97761 60002 ,9938959111 ଏହି ନମ୍ବର ଦୁଇଟି ଜରିଆରେ ମଧ୍ୟ ଅଫଲାଇନ ଅର୍ଥାତ ଫୋନ କରିକି ବୁକିଂ କରାଯାଇ ପାରିବ ବୋଲି ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି । ଏହି ଶୁଭାରମ୍ଭ ନିମିତ୍ତ ଅନୁଷ୍ଠିତ ସଭାରେ ପ୍ରଦୀପ ପ୍ରଜ୍ବଳନ ସହ ସଭାପତିତ୍ବ କରିଥିଲେ ଅବୈତନିକ ବନ୍ୟପ୍ରାଣୀ ତତ୍ବାବଧାରକ ତଥା ସମାଜସେବୀ ଶୂଳପାଣୀ ଶତପଥି । ଅନ୍ୟ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ ଅବସର ପ୍ରାପ୍ତ ରେଞ୍ଜର ଅନୁପମ ବାନାର୍ଜୀ, ବଡକୋଦଣ୍ଡା ଜବାହାର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ ଜେନା,ଅଲୋଷ୍ଟା ରାଜ୍ୟ ସଭାୁପତି ଜଗବନ୍ଧୁ ଜେନା,ସାମ୍ବାଦିକ ବାବୁଲା ପ୍ରଧାନ, ଆଞ୍ଚଳିକ ବିଜ୍ଞାନ ମହା ବିଦ୍ୟାଳୟର ଅଧ୍ୟକ୍ଷ ବି. ଗୋବିନ୍ଦ ରାଓ,ସି.ଆର୍.ସି.ସି ତ୍ରିନାଥ ବେହେରା, ଅଭିନେତା ଆଶିଷ କୁମାର ଗୌଡ, କଣ୍ଠ ଶିଳ୍ପୀ ବିଶ୍ବଜିତ ମହାରଣା,ପ୍ରମୋଦ ପ୍ରଧାନ,ପୁରୁଷୋତ୍ତମ ସାହୁ ପ୍ରମୁଖ ବ୍ୟକ୍ତି ବିଶେଷ ।ସମସ୍ତେ ସ୍ମିଉ କ୍ୟାବର ଏହି ଅଭିନବ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିବା ସହ ଭଞ୍ଜନଗରବାସୀ ଏହି ସୁବିଧାର ଲାଭ ଉଠାଇବେ ଏବଂ ସ୍ମାଟ ସିଟି ଗୁଡିକ ଭଳି ଏଠାରେ ମଧ୍ୟ ଅନୁରୂପ ସେବା ପାଇ ଜନ ସାଧାରଣ ଉପକୃତ ହେବେ ବୋଲି ସମସ୍ତେ ମତ ବ୍ୟକ୍ତ କରିଥିଲେ । ଅନୁଷ୍ଠାନର ଅଧକ୍ଷ ତଥା ସହ ପ୍ରତିଷ୍ଠାତା ନୀଳମଣି ପଣ୍ଡା, ଅନ୍ୟତମ ସହ ପ୍ରତିଷ୍ଠାତା ତଥା ସଂଯୋଜକ ଶ୍ରୀରାମ ଚନ୍ଦ୍ର ସାହୁ , ସହ ପ୍ରତିଷ୍ଠାତା ତଥା ସହସଂଯୋଜକ ସରୋଜ କୁମାର ସ୍ୱାଇଁ , ଗ୍ରାହକ ସେବା ଅଧିକାରୀ ମଧୁସ୍ମିତା ନାୟକ, ଇତିଶ୍ରୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ କଂପାନୀସହ ଚୁକ୍ତିବଦ୍ଧ ସମସ୍ତ ଗାଡି ମାଲିକ,ଡ୍ରାଇଭର ତଥା ଅଟୋ ଆସୋସିଏସନ,କାର ଆସୋସିଏସନ ଆଦିର କର୍ମକର୍ତ୍ତାଙ୍କ ସମେତ ବହୁ ନିମନ୍ତ୍ରିତ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ । ଶେଷରେ ପ୍ରତିଷ୍ଠାତା କହ୍ନୁ ଚରଣ ଗୌଡ ଧନ୍ୟବାଦ ଅର୍ପଣ କରିବା ସହ ଏହି କଂପାନୀର ପ୍ରଚାର ପ୍ରସାର ନିମିତ୍ତ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।


