ଭଞ୍ଜନଗରରେ ଏ.ବି.ଇ.ଓ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ବ୍ଳକ ଡୁମାକୁମ୍ପା କ୍ଳଷ୍ଟରର ଖମାରେଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନେତାଜୀ ବିଷୋୟୀଙ୍କୁ ଭଞ୍ଜନଗର ବ୍ଳକ ଏଜୁକେସନ ଅଫିସରେ ଏ.ବି.ଇ.ଓ ରୂପେ ଦାୟିତ୍ବ ପ୍ରଦାନ କରାଯାଇଛି ଗଞ୍ଜାମ ଡି.ଇ.ଓ ଙ୍କ ନିର୍ଦ୍ଦେଶ ପ୍ରକାରେ ସେ ଏ.ବି.ଇ.ଓ ରୂପେ ଯୋଗ ଦେଇଛନ୍ତି ଏହି ଅବସରରେ ତାଙ୍କୁ ଡୁମାକୁମ୍ପା କ୍ଳଷ୍ଟର ପ୍ରଧାନ ଶିକ୍ଷକ ଓ ସି.ଆର୍.ସି.ସି ଙ୍କ ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ା ଏହି ଅବସରରେ ଗୁରାବାଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ କ୍ଳଷ୍ଟର ସ୍ତରୀୟ ବୈଠକରେ ସମ୍ମାନିତ ଅତିଥି ରୂପେ ବଡକୋଦଣ୍ଡା ସି.ଆର୍.ସି.ସି ମୋହନ ସାହୁ, ଇନ୍ଦାଗଡ ଉନ୍ନିତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସିଦ୍ଧାର୍ଥ କୁମାର ଶତପଥୀ, ଡୁମାକୁମ୍ପା କ୍ଳଷ୍ଟର ସି.ଆର୍.ସି.ସି ତ୍ରିନାଥ ବେହରା ,ଗୁରାବାଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ବେହେରା ପ୍ରମୁଖ ନୂତନ ଏ.ବି.ଇ.ଓ ନେତାଜୀ ବିଷୋୟୀ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ସାର୍ଦ୍ଦୁଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଦାମ ଦଳବରା, ଆଖୁପଦର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ୟାମ ସୁନ୍ଦର ରାଓ, ହାତୀଗୁଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ନାୟକ,ରିପିଟିପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ଗୌଡ,ଡୁମାକୁମ୍ପା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶରତ ଚନ୍ଦ ପଟ୍ଟନାୟକ,ତଲିକି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ ନାୟକ,ଖମାରେଡି ଉଚ୍ଚ ପ୍ରାଥମିକବିଦ୍ୟାଳୟର ନୂତନ ପ୍ରଧାନ ଶିକ୍ଷକ ଉପେନ୍ଦ୍ର ପ୍ରଧାନ,ଗୁଡିପଦରର ଦାଶରଥୀ ବିଷୋୟୀ ପ୍ରମୁଖ ଉପସ୍ଥିତ ରହି ସ୍ବାଗତ କରିଥିଲେ ା ଶେଷରେ ଶିକ୍ଷକ ଅଭିଷେକ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ