ଭଞ୍ଜନଗରରେ କାର୍ତ୍ତିକେଶ୍ୱର ଙ୍କ ଭସାଣି ଉତ୍ସବ ଅନୁଷ୍ଠିତ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ନିକଟସ୍ଥ ଭେଜିପୁଟ ବଡ଼ଦାଣ୍ଡ ସାହିରେ ଦୀର୍ଘ ୭ ଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା କାର୍ତ୍ତିକେଶ୍ୱର ଙ୍କ ମୃଣୟୀ ମୂର୍ତ୍ତି ଭସାଣୀ ଉତ୍ସବ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଶୁକ୍ରବାର ସନ୍ଧ୍ୟାରେ ବିରାଟ ପଟୁଆରରେ ଡିଜେ ବାଜାର ତାଳେ ତାଳେ ଭସାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ପଟୁଆର ସହର ପରିକ୍ରମା କରିବା ପରେ ନିକଟସ୍ଥ ଜଳଭଣ୍ଡାରରେ ବିସର୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭଞ୍ଜନଗର ଅଞ୍ଚଳରେ ଚଳିତ ବର୍ଷ ଏହି ପୂଜା ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଥିବା ରୁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ଏହି ଅବସରରେ ୧୦୮ ଆଳତି ଓ ସାମୁହିକ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ ହୋଇଥିଲା। ପୂଜା କମିଟିର ସଦସ୍ୟ ମାନେ ଏଥିରେ ସହଯୋଗ କରିଥିଲେ।


