ଭଞ୍ଜନଗରରେ ନିର୍ବାଚନୀ ପ୍ରଚାର କଲା ବିଜେପି

ସାରାଓଡିଶାରେ ନିର୍ବାଚନୀ ଉଷ୍ମତା ଲାଗିରହିଥିବାବେଳେ, ଆଜି ଭଞ୍ଜନଗର ରେ ମଧ୍ୟ ବିଜେପି ଦଳ ତରଫରୁ ଭଞ୍ଜନଗର ନିର୍ବାଚନ ମଣ୍ଡଳିର ବିଜେପି ଦଳର ବିଧାୟକ ପାର୍ଥୀ ପ୍ରଦ୍ୟୁମ୍ନ କୁମାର ନାୟକ ହଜାର ହଜାର ବିଜେପି କର୍ମୀମାନଙ୍କ ସହିତ ମିଶି ଭଞ୍ଜନଗର ବ୍ଳକ୍‌ର ମୁଜାଗଡ, ଦଦରଲୁଣ୍ଡା , ବାଇବାଲି, ବିରିକୋଟ, ଗୁଣ୍ଡିରିବାଡି ଇତ୍ୟାଦି ପଞ୍ଚାୟତରେ ସାଧାରଣ ସଭା ଆୟୋଜନ କରି ଭୋଟପ୍ରଚାର କାର‌୍ୟ୍ୟକ୍ରମ ଜୋରସୋର୍‌ରେ କରିଛନ୍ତି। ଏହି ସଭାଗୁଡିକରେ ସେ ବିଜେଡି ସରକାର ଓ ମନ୍ତ୍ରୀ ବିକ୍ରମ କେଶରି ଆରୁଖଙ୍କ ବିରୋଧରେ ପ୍ରବଳ ବର୍ଷିଛନ୍ତି। ସେ କହିଛନ୍ତି ଏହି ଅଞ୍ଚଳରେ ବହୁତ ଲୋକ କୋଟି କୋଟି ଟଙ୍କା ଚିଟ୍‌ଫଣ୍ଡ୍‌ ରେ ବାନ୍ଧିଥିଲେ କିନ୍ତୁ ଲୋକଙ୍କୁ ସେହି ଟଙ୍କା ଫେରାଇବାରେ ବିଜେଡି ସରକାର ବିଫଳ ହୋଇଛନ୍ତି । ଏହି ଅଞ୍ଚଳକୁ ଘୁମୁଷର ଜିଲାର ମାନ୍ୟତା ଓ ଟ୍ରେନର ଚଳାଚଳର ସୁବିଧା ପାଇଁ ସେ କେବେ ବି ଉକ୍ତ ପ୍ରସଙ୍ଗ ଗୁଡିକକୁ ବିଧାନସଭାରେ ଉପସ୍ଥାପନ କରିନାହାନ୍ତି ଏବଂ ଏଥିପ୍ରତି ତାଙ୍କର ଆନ୍ତରିକତା ନାହିଁ। ଏହା ସହିତ ଆଗାମୀ ଲୋକସଭା ଆସନର ନିର୍ବାଚନ ନିମନ୍ତେ କନ୍ଧମାଳ ନିର୍ବାଚନ ମଣ୍ଡଳୀ ରୁ ସାଂସଦ ପାର୍ଥୀନୀ ହୋଇଥିବା ପ୍ରତ୍ୟୁଷା ରାଜେଶ୍ୱରି ସିଂ ଓ ବିଧାନସଭା ନିର୍ବାଚନ ସକାଶେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ର ବିଧାୟକ ପାର୍ଥୀ ନିମନ୍ତେ ନିଜ ପାଇଁ ପଦ୍ମଫୁଲ ରେ ବିପୁଳମାତ୍ରାରେ ଭୋଟଦେଇ ଜୟଯୁକ୍ତ କରାଇବା ସକାସେ ଲୋକମାନଙ୍କୁ ଭୋଟ ଭିକ୍ଷା କରିଛନ୍ତି। ଯଦି ସେ ଆଗାମୀ ନିର୍ବାଚନରେ ବିଜୟଲାଭ କରନ୍ତି ତାହେଲେ ଲୋକଙ୍କର ଏହି ସମସ୍ତ ସମାସ୍ୟା ଗୁଡିକୁ ଦୂରକରିବେ ବୋଲି ମଧ୍ୟ ପ୍ରତିଶୃତି ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ