ଭଞ୍ଜନଗରରେ ରୋଟାରୀ ଦିବସ ପାଳିତ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା ):ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ରୋଟାରୀ କ୍ଳବ ତରଫରୁ ସଭାପତି ବସନ୍ତ କୁମାର ପାତ୍ରଙ୍କ ସଭାପତିତ୍ୱରେ ରୋଟାରୀ ଦିବସ ପାଳିତ ହୋଇଛି l ଅତିଥିଭାବେ ଡ଼. ପୂର୍ଣଚନ୍ଦ୍ର ତ୍ରିପାଠୀ, ଅବସର ପ୍ରାପ୍ତ ଅଧକ୍ଷ ଯୋଗଦେଇଥିବାବେଳେ ସମ୍ପାଦକ ରାମଚନ୍ଦ୍ର ମିଶ୍ର ମଂଚାସୀନ ହୋଇ କ୍ଳବ ଗଠନର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ l ଭଞ୍ଜନଗର କ୍ଳବ ତରଫରୁ କରାଯାଉଥିବା ବିଭିନ୍ନ ସେବା କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ l କାର୍ଯ୍ୟକ୍ରମରେ ରୋଟାରୀୟାନ ପ୍ରଦ୍ୟୁମ୍ନ କୁମାର ମଳିକ, ସନ୍ତୋଷ ଜେନା, ମଧୁସୂଦନ ମହାପାତ୍ର, ରଂଜିତ କୁମାର ବାରିକ, ସନତ କୁମାର ସୁବୁଦ୍ଧି, ସୁଧୀର କୁମାର ପାଣିଗ୍ରାହୀ, ଶ୍ରୀନିବାସ ସୁବୁଦ୍ଧି, ଭି. ଦେବୀ ପ୍ରସାଦ ପାତ୍ର, ଦିବ୍ୟ ରଞ୍ଜନ ଦାସ, ଜଗବନ୍ଧୁ ଜେନା, ବିଚିତ୍ର କୁମାର ପାଣିଗ୍ରାହୀ ରୋଟାରୀ ଦିବସ ଉପରେ ହୋଇଥିବା ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିଥିଲେ l ନିକଟ ଅତୀତରେ ଯୋଗଦେଇଥିବା ରୋଟାରୀୟାନ କାର୍ତ୍ତିକ ଦଳବେହେରା, ଶଙ୍କର ନାରାୟଣ ପାତ୍ର ଓ ମନୋଜ କୁମାର ସେନାପତିଙ୍କୁ ପରିଚିତ କରାଇ କ୍ଳବ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏହିଅବସରରେ ରୋଟାରୀୟାନ ବିଚିତ୍ର କୁମାର ପାଣିଗ୍ରାହୀଙ୍କ ବିବାହ ବାର୍ଷିକୀ ଉତ୍ସବକୁ କ୍ଲବ ତରଫରୁ ଆଡମ୍ବର ସହିତ ପାଳନ କରାଯାଇଥିଲା l ଏଥିରେ ରୋଟାରୀ ପରିବାରର ବହୁ ସଦସ୍ୟ, ସଦସ୍ୟା ଯୋଗଦେଇଥିଲେ l ଶେଷରେ ସମ୍ପାଦକ ରାମ ଚନ୍ଦ୍ର ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ l


