ଭଞ୍ଜନଗରର ବିଭିନ୍ନ ସ୍ଥାନରେ ଜଳସେବା କେନ୍ଦ୍ରର ଶୁଭାରମ୍ଭ
ଭଂଜନଗର,(ସନ୍ତୋଷ କୁମାର ଜେନା ): ଭଞ୍ଜନଗର ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଥିବାରୁ ପାନୀୟ ଜଳ ସମସ୍ୟା ମଧ୍ୟ ଚାରିଆଡ଼େ ଦେଖା ଦେଇଛି। ପଥଚାରୀମାନେ ପାଣି ଟୋପାଏ ପାଇଁ ହଇରାଣ ହେଉଛନ୍ତି। ଏହିଭଳି ପରିସ୍ଥିତିରେ ଆଜି ଭଞ୍ଜନଗର ଏନ ଏ ସି ପକ୍ଷରୁ ସହରର ଚିଦାନନ୍ଦ ସାଂସ୍କୃତିକ କେନ୍ଦ୍ର ସମ୍ମୁଖ ରେ ଏବଂ ବିଭିନ୍ନ ସ୍ଥାନରେ ଜଳସେବା କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଉପ ଜିଲାପାଳ ଉମା ଶଙ୍କର ବେହେରା, ଏନ ଏ ସି ଅଧକ୍ଷ ଗୋପବନ୍ଧୁ ମହାପାତ୍ର ଅତିଥି ଭାବେ ଯୋଗଦେଇ ଜଳ ସେବା କେନ୍ଦ୍ର ଗୁଡିକୁ ଉଦଘାଟନ କରିଥିଲେ। ନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଟ ପଣ୍ଡା କାର୍ଯ୍ୟକ୍ରମ ଗୁଡ଼ିକୁ ସଂଯୋଜନା କରିଥିଲେ। ଏହି ଅବସରରେ କାଉନସିଲରମାନେ ଉପସ୍ଥିତ ଥିଲେ। ଗ୍ରୀଷ୍ମ ଋତୁରେ ଯେଭଳି କୌଣସି ଲୋକେ ପିଇବା ପାଣି ସମସ୍ୟା ନ ଭୋଗିବା ସେଥିପ୍ରତି ସମସ୍ତେ ଦୃଷ୍ଟି ଦେବାକୁ ଉପ ଜିଲାପାଳ କହିଛନ୍ତି।