ବିସ୍ପୋରକ ସାମଗ୍ରୀ ଜବତ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ସନ୍ଧ୍ୟା ପ୍ରାୟ 07 ଘଣ୍ଟା ସମୟରେ ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ଭଞ୍ଜନଗର ଥାନାର ଅନ୍ତର୍ଗତ ତୁଳସୀପୁର ଗ୍ରାମରେ ଚଢ଼ାଉ କରି ବିସ୍ପୋରକ ସାମଗ୍ରୀ ଜବତ କରିଛି ପୁଲିସ, ଏଏସଆଇ ଶରତ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଅନ୍ୟ କର୍ମଚାରୀ ମାନେ ପେଟ୍ରୋଲିଙ୍ଗ କରୁଥିବା ବେଳେ ବିଶ୍ଵସ୍ଥ ସୂତ୍ରରୁ ଖବରପାଇ ତୁଳସୀପଲ୍ଲୀ ଗ୍ରାମର ଦିଲ୍ଲୀପ କୁମାର ସାହୁଙ୍କ ଘରେ ଅଚାନକ ଚଢ଼ାଉକରି ଥିଲେ, ତାଙ୍କ ଘରୁ ପ୍ରାୟ 30 କିଲୋ ଗ୍ରାମ ଓଜନର ବିସ୍ଫୋରକ ଦ୍ରବ୍ୟ ସହ ବିଭିନ୍ନ ପ୍ରକାରର ବେଆଇନ ବାଣ ଜବତ କରାଯାଇଥିଲା, ସେମାଙ୍କୁ କୋର୍ଟ ଚାଲାଣ କରାଯାଇ ଥିବା ଜଣାପଡିଛି ଛି | ଏ ସଂକ୍ରାନ୍ତରେ ଭଞ୍ଜନଗର ଥାନାରେ ଭାରତୀୟ ନ୍ୟାୟ ସଂହିତ ଧାରା 288, ଓଡିଶା ବିସ୍ଫୋରକ ଅଧିନିୟମ ସେକସନ 5 , ଭାରତୀୟ ବିସ୍ଫୋରକ ଅଧିନିୟମ 9 ବି, ଅନୁଯାୟୀ ଥାନା କେଶ ନମ୍ବର 973 /24ରେ ମାମଲା ରୁଜ୍ଜୁ କରି ତଦନ୍ତ ଚାଲୁ ରହିଥିବା ଜଣାପଡ଼ିଛ |