ଭଞ୍ଜନଗରେ ବିଜୁ ସ୍ମୃତି ସଂସଦ ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ୨୬ ତମ ପୁଣ୍ୟତିଥି ପାଳନ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୬ ତମ ପୁଣ୍ୟତିଥି ପାଳନ ହୋଇଛି। ଏହି ଅବସରରେ ଭଞ୍ଜନଗରେ ବିଜୁ ସ୍ମୃତି ସଂସଦ ପକ୍ଷରୁ ପାଳନ କରାଯାଇଛି। ବିଜୁ ଜନତା ଦଳ ପକ୍ଷରୁ କଳିଙ୍ଗ ବୀର ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ଥାନା ଛକ ଏବଂ ବାଇପାସ୍ ଛକ ସ୍ଥିତ ବିଜୁ ବାବୁଙ୍କ ପ୍ରତିମୃତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହାପରେ ସମସ୍ତ କର୍ମୀ ଡାକ୍ତରଖାନା ପରିସରରେ ରୋଗୀ ମାନଙ୍କୁ ଶୁଖିଲା ଖାଦ୍ୟ ଓ ଫଳ ବଣ୍ଟନ କରିଥିଲେ। ସେହିପରି ଚିଦାନନ୍ଦ କୃଷ୍ଣାଶ୍ରମରେ ମଧ୍ୟ ଅନ୍ତେବାସୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଏଥିରେ ଭଞ୍ଜନଗର ବ୍ଳକ୍ ବିଜେଡି ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ନଗର ବିଜେଡି ସଭାପତି ରାଜେନ୍ଦ୍ର ବିଶୋୟୀ,ଜିଲ୍ଲାପରିଷଦ ସଦସ୍ୟ ଜିତେନ୍ଦ୍ର କେଶରୀ ଆରୁଖଙ୍କ ସମେତ ନଗରପାଳ ଗୋ୍ପବନ୍ଧୁ ମହାପାତ୍ର,ନଗର ଯୁବ ବିଜେଡି ସଭାପତି ସୁଧୀର ରଞ୍ଜନ ବେହେରା,ପ୍ରାକ୍ତନ ବ୍ଳକ୍ ଅଧ୍ୟକ୍ଷ ଭବାନୀ ଶଙ୍କର ପ୍ରଧାନ,ସାଂସଦ ପ୍ରତିନିଧି ଦିବାକର ନାୟକ,ପଞ୍ଚାନନ ପାଳ,ଆଇନଜୀବୀ ରାଜେନ୍ଦ୍ର କୁମାର ପ୍ରଧାନ,ଶୂଳପାଣୀ ଶତପଥୀଙ୍କ ସମେତ ବହୁ ସରପଞ୍ଚ,କାଉନସିଲର ବୃନ୍ଦ ପ୍ରତିମୂର୍ତ୍ତିରେ ପୁଷ୍ପ ପ୍ରଦାନ କରିଥିଲେ।


