ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଂଘ ; ପ୍ରଦୀପ ସ୍ବାଇଁ ସଭାପତି,ନଚିକେତା ସମ୍ପାଦକ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଂଘର ସାଙ୍ଗଠନିକ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ଶୁକ୍ରବାର ସନ୍ଧ୍ୟାରେ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଅନୀଲ କୁମାର ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ କାଯ୍ୟକ୍ରମରେ ସାଙ୍ଗଠନିକ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ର ଯୋଗ ଦେଇ ଭଞ୍ଜନଗର ଶାଖା ଗତ ଏକ ବର୍ଷ ମଧ୍ୟରେ ରକ୍ତଦାନ ଶିବିର , ବୃକ୍ଷ ରୋପଣ, ଡାକ୍ତର ସମସ୍ୟା ଙ୍କୁ ନେଇ ଆନ୍ଦୋଳନ ଏବଂ ଲୋକ ବିଭିନ୍ନଙ୍କ ସମସ୍ୟା କୁ ନେଇ ପ୍ରଶାସନ ନିକଟରେ ଦାବି ଉପସ୍ଥାପନା କରିଥିବା ପ୍ରୟାସ କୁ ଭୁୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ସଂଘର ନୂତନ ସଭ୍ୟ ସଂଗ୍ରହ ଓ ଅନ୍ୟାନ୍ୟ ସାଙ୍ଗଠନିକ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଦ୍ୱିତୀୟ ଅଧିବେଶନରେ ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଂଘ ଏକ ବର୍ଷ ପୂର୍ତ୍ତି କରିଥିବାରୁ ନୂତନ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ଏଥିରେ ସର୍ବସମ୍ମତି କ୍ରମେ ଉପଦେଷ୍ଟା ଭାବେ ରବୀନ୍ଦ୍ର ପାତ୍ର ମନୋନୀତ ହୋଇଥିଲେ। ସେହିପରି ସଭାପତି ଭାବେ ପ୍ରଦୀପ କୁମାର ସ୍ୱାଇଁ,ଉପସଭାପତି ଅମରେନ୍ଦ୍ର ପଟ୍ଟନାୟକ, ସମ୍ପାଦକ ନଚିକେତା ପ୍ରଧାନ, ସହ ସମ୍ପାଦକ ଚିନ୍ମୟ ବେବର୍ତ୍ତା,କୋଷାଧ୍ୟକ୍ଷ ଗିରିସ ସାହୁ ଏବଂ ବ୍ଳକ ସଂଯୋଜକ ଭାବେ ପୁରୁଷୋତ୍ତମ ମହାପାତ୍ର ମନୋନୀତ ହୋଇଛନ୍ତି। ପୂର୍ବତନ ସଭାପତି ଜୟକୃଷ୍ଣ ପଟ୍ଟନାୟକ ଜିଲ୍ଲା କମିଟିକୁ ଚୟନ କରାଯାଇଥିବା ଜଣାପଡିଛି। ନୂତନ କର୍ମକର୍ତ୍ତା ଆଗାମୀ ଦିନରେ ସଂଘର କାଯ୍ୟ ଧାରାକୁ ବଳିଷ୍ଠତାର ସହିତ ସମ୍ପାଦନା କରିବା ସହ ସାମ୍ବାଦିକ ଙ୍କ ସୁରକ୍ଷା ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିବା ଦିଗରେ କାଯ୍ୟ କରିବେ ବୋଲି ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ଅତିଥି ଭାବେ ଯୋଗ ଦେଇ ମତବ୍ୟକ୍ତ କରିଛନ୍ତି। ଏହି ଅବସରରେ ଜିଲ୍ଲାର ସଭାପତି ଓ ସାଧାରଣ ସମ୍ପାଦକ ଙ୍କ ସମେତ ସମସ୍ତ ସଦସ୍ୟ ନୂତନ କର୍ମକର୍ତ୍ତା ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ଥିଲେ।। ଶେଷରେ ପୂର୍ବତନ ସହ ସମ୍ପାଦକ ନିଲୁ ବିଷୋୟୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ