ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ଜୁନିୟର୍ ରେଡ଼କ୍ରସ୍ କାଉନସିଲର୍ଙ୍କ ଏକ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଗାଙ୍ଗପୁର ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ପରିସରରେ ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ଜୁନିୟର୍ ରେଡ଼କ୍ରସ୍ କାଉନସିଲର୍ ମାନଙ୍କର ଏକ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି I ଗଞ୍ଜାମ ଜିଲ୍ଳା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଳା ଶିକ୍ଷାଧିକାରୀ ରାଜେଶ୍ କୁମାର ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଆୟୋଜିତ ହୋଇଥିଲା I ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ସମସ୍ତ ଆଠଟି ବ୍ଳକ୍ ଅର୍ଥାତ୍ ଆସିକା, ବେଲଗୁଣ୍ଠା, ସୋରଡ଼ା, ଭଞ୍ଜନଗର, ଜଗନ୍ନାଥପ୍ରସାଦ, ଧରାକୋଟ, ବୁଗୁଡ଼ା ଏବଂ ଶେରଗଡ଼ ବ୍ଳକ୍ ର ୧୮୮ ଟି ଉଚ୍ଚ ବିଦ୍ୟାଳୟର ଜୁନିୟର୍ ରେଡ଼କ୍ରସ୍ କାଉନସିଲର୍ ମାନେ ଯୋଗଦେଇଥିଲେ I ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ରକ୍ଷା , ସେବା ପ୍ରଦାନ ଏବଂ ବନ୍ଧୁତା ସ୍ଥାପନ କ୍ଷେତ୍ରରେ ରେଡ଼କ୍ରସ୍ ର ଭୂମିକା ସମ୍ପର୍କରେ ଆଲୋଚନା କରାଯିବା ସହିତ ଆଗାମୀ ଦିନରେ ରେଡ଼କ୍ରସ୍ ର ପ୍ରତ୍ୟେକ କାର୍ଯ୍ୟକ୍ରମକୁ କିପରି ଛାତ୍ରଛାତ୍ରୀଙ୍କ ଦ୍ୱାରା ଅଧିକ ଲୋକାଭିମୁଖୀ କରାଯାଇପାରିବ ସେହି ସମ୍ପର୍କରେ ଉପସ୍ଥିତ ସାଧନ କର୍ମୀ ମାନେ କାଉନସିଲର୍ ମାନଙ୍କୁ ତାଲିମ୍ ପ୍ରଦାନ କରିଥିଲେ I ଜିଲ୍ଳା ଶାରୀରୀକ ଶିକ୍ଷା ପରିଦର୍ଶକ ଭାଗିରଥି ସ୍ୱାଇଁଙ୍କ ବଳିଷ୍ଠ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ,ଜେଆରସିଡି ସନାତନ ଜାଲି, ଜୁନିୟର୍ ରେଡ଼କ୍ରସ୍ ଜିଲ୍ଳା ଯୁଗ୍ମ ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମଲ୍ଲିକ, ଶିକ୍ଷକ ସନ୍ତୋଷ କୁମାର ବିଷୋୟୀ ପ୍ରମୁଖ ପରିଚାଳନା କରିଥିବା ବେଳେ ବରିଷ୍ଠ ସାଧନ କର୍ମୀ ତଥା ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ହରେକୃଷ୍ଣ ପଣ୍ଡା ରେଡ଼କ୍ରସ୍ ର ପ୍ରତ୍ୟେକ ଦିଗ ତଥା ସ୍ୱାସ୍ଥ୍ୟ, ସେବା ଏବଂ ବନ୍ଧୁତା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ I ସେହିପରି ବରିଷ୍ଠ ସାଧନକର୍ମୀ ଦେବୀ ପ୍ରସାଦ ସାହୁ, ବିଜୟ କୁମାର ବେହେରା, ଡ.ବିଜୟ ଚନ୍ଦ୍ର ମହାରଣା,ଲକ୍ଷ୍ମୀ ନାରାୟଣ ମହାରଣା,ପଞ୍ଚାନନ ପାଣିଗ୍ରାହୀ, ବିଶ୍ୱ ରଞ୍ଜନ ରଥ ପ୍ରମୁଖ କାଉନସିଲର୍ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ I ଅନୁଷ୍ଠାନର ଶିକ୍ଷକ ଆଶୁତୋଷ ସ୍ୱାଇଁ, ସୀମାଞ୍ଚଳ ଶତପଥି, ସୀମାଞ୍ଚଳ ଦାସ, ଅବନୀ ଷଡ଼ଙ୍ଗୀ,ନିରଞ୍ଜନ ତ୍ରୀପାଠୀ, ଶିକ୍ଷୟିତ୍ରୀ ସୁଜାତା ପଣ୍ଡା,କର୍ମଚାରୀ ସୁକାନ୍ତ ବିଷୋୟୀ, ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ କାଉନସିଲର୍ ଏବଂ ସାଧନକର୍ମୀମାନେ ବିଦ୍ୟାଳୟର ଶୈକ୍ଷିକ ଏବଂ ଭୌତିକ ପରିବେଶକୁ ଉଚ୍ଚ ପ୍ରଶଂସା କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ