ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ସଡ଼କ ନିରାପତ୍ତା କମିଟି ବୈଠକ

ଭଞ୍ଜନଗର, (ଯୁଗାବ୍ଦ ନ୍ୟୁଜ) : ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜଙ୍କ ଅଧ୍ୟକ୍ଷତାରେ ଶନିବାର ଉପଖଣ୍ଡ ସ୍ତରୀୟ ସଡ଼କ ନିରାପତ୍ତା କମିଟି ବୈଠକ ଅନୁଷ୍ଠିତ ହେଇଯାଇଛି । ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଉପଜିଲ୍ଲାପାଳ ଟ୍ରାଫିକ ନିୟମକୁ କଡାକଡି ପାଳନ ଉପରେ ଗୁରୁତ୍ୱାରୋପ କରିବା ସହ ବିଭିନ୍ନ ସ୍ଥାନରେ ଯାଞ୍ଚ ପ୍ରକ୍ରିୟାକୁ ବ୍ୟବସ୍ଥିତ କରାଯିବ ବୋଲି କହିଛନ୍ତି । ନିଶାସକ୍ତ ଭାବେ ଗାଡି ଚଲେଇବା, ସିଟ ବେଲ୍ଟ ନ ଲଗେଇବା, ଅତ୍ୟଧିକ ବେଗରେ ଗାଡି ଚଲେଇବା, ହେଲମେଟ ବ୍ୟବହାର ନ କରିବା, ଦୁଇ ଚକିଆ ଯାନରେ ତିନି ଜଣ ଯାତ୍ରା କରିବା, ଧାର୍ଯ୍ୟ ସୀମା ଠାରୁ ଅଧିକା ଯାତ୍ରୀ କିମ୍ବା ମାଲ ପରିବହନ , ଗାଡି ଚଳେଇବା ସମୟରେ ମୋବାଇଲ କଥାବାର୍ତ୍ତା କଲେ ଜୋରିମାନା ଆଦାୟ କରାଯିବ । ଏହା ଛଡା ନିର୍ଦ୍ଧାରିତ ସ୍ଥାନ ଛାଡି ଅନ୍ୟ ଜାଗାରେ ବସ ରହିଲେ ଜୋରିମାନା ଆଦାୟ ସହ କାଗଜପତ୍ର ଓ ଡ୍ରାଇଭିଂ ଲାଇସେନ୍ସ ଜବତ କରାଯିବ । ଅନ୍ୟପକ୍ଷରେ ଆମ୍ବପୁଆ ବୁଗୁଡ଼ା ରାସ୍ତାର ମରାମତି କରାଯିବ , ଦୁର୍ଘଟଣଲାରେ ଆହତ ବ୍ୟକ୍ତିକୁ ଡାକ୍ତରଖାନାକୁ ପହଞ୍ଚାଇଲେ ଜିଲ୍ଲା ପ୍ରଶାସନ ତରଫରୁ ଆର୍ଥିକ ସହାୟତା ସହ ସମ୍ମାନିତ କରାଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ । ଏହାଛଡା ସେ ସ୍କୁଲ ଛାତ୍ର/ଛାତ୍ରୀ ମାନଙ୍କୁ ନେଇଯାଉଥିବା ଗାଡି ଗୁଡିକ ଗାଡିର ପରିବହନ କ୍ଷମତା ପ୍ରାଞ୍ଜଳ ଭାବେ ଉଲ୍ଲେଖ କରିବେ , ଅଟୋ ସଂଘ ତରଫରୁ କୁଲାଡ଼ରେ ଉପୁଜୁଥିବା ଟ୍ରାଫିକ ସମସ୍ୟା ପ୍ରତି ଦୁଷ୍ଟି ଦେବାକୁ ପ୍ରଶାସନକୁ ନିବେଦନ କରିଥିଲେ । ଉକ୍ତ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଉପଖଣ୍ଡ ଆରକ୍ଷ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର, ତହସିଲଦାର ଦିନମଣି ନାୟକ, ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ କୁମାର ରୟ, ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ, ଉପଖଣ୍ଡ ଡାକ୍ତରଖାନାର ଭାରପ୍ରାତ ଅଧ୍ୟକ୍ଷ ଡ଼ଃ ପ୍ରଫୁଲ୍ଲ କୁମାର ଗୌଡ଼, ଜାତୀୟ ରାଜପଥ ଅଧିକାରୀ. ଭଞ୍ଜନଗର ଏନ. ଏ. ସି ଯନ୍ତ୍ରୀ ସୁଶାନ୍ତ ସାହୁ, ଭଞ୍ଜନଗର ଗୋଷ୍ଠୀ ଶିକ୍ଷା ଅଧିକାରୀ ଏସ. ଧନଞ୍ଜୟ , ପେଟ୍ରୋଲ ପମ୍ପ ତରଫରୁ ଟୁକୁନା ପଟ୍ଟନାୟକ, ଅଟୋ ରିକ୍ସା ସଂଘ, ଟେକ୍ସସି ସଂଘ ଘରେଇ ବସ ମାଲିକ ସଂଘ ସମେତ ଆର. ଡି. ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ