ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ନିମନ୍ତେ ପ୍ରସ୍ତୁତି ବୈଠକ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଭଞ୍ଜନଗର ସଦର ମହକୁମା ଠାରେ 75ତମ ସ୍ୱାଧୀନତା ଦିବସ ପାଳନ କରିବା ନିମନ୍ତେ ଆଜି ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ଙ୍କ ଅଧ୍ୟକ୍ଷତା ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି | ସରକାରଙ୍କ କୋଭିଡ ନିୟମ ଅନୁସାରେ ଚଳିତ ବର୍ଷ ମଧ୍ୟ ସ୍ୱାଧୀନତା ଦିବସ ପାଳନ କରାଯିବ | କୌଣସି ଜନସାଧରଣଙ୍କୁ ପଡିଆକୁ ପ୍ରବେଶ ନିମନ୍ତେ ଅନୁମତି ମିଳିବ ନାହଁ | ଏହି ଦିବସ ପାଳନ ନିମନ୍ତେ ସମସ୍ତ କୋଭିଡ ନିୟମକୁ କଡାକଡ଼ି ଭାବେ ପାଳନ କରାଯିବ | ଚଳିତ ବର୍ଷ କୋଭିଡ ମହାମାରୀ ସମୟରେ ତୃଣମୂଳ ସ୍ତରରେ ଉଲ୍ଲେଖନୀୟ ସେବା ଯୋଗେଇଦେଇଥିବା ବ୍ୟକ୍ତି ବିଶେଷ ଙ୍କୁ ପବିତ୍ର ଦିନରେ ସମ୍ମାନିତ କରିବା ନିମନ୍ତେ ବୈଠକ ରେ ନିଷ୍ପତି ହେଇଛି | ବୈଠକ ପ୍ରକାରେ ଚଳିତ ବର୍ଷ ଭଞ୍ଜନଗର ଜେଲ ପଡିଆ ଠାରେ ଉପଖଣ୍ଡ ସ୍ତରୀୟ 75 ତମ ସ୍ୱାଧୀନତା ଦିବସ ପାଳନ କରାଯିବ | ଏହି ଉପଖଣ୍ଡ ସ୍ତରୀୟ କାର୍ଯ୍ୟକ୍ରମରେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ବାହ୍ନ 9.15 ମିନିଟ ସମୟରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ନିଜର ବକ୍ତ୍ୟବ୍ୟ ପ୍ରଦାନ କରିବେ | ପରେ କୋଭିଡ ଯୋଦ୍ଧା ମାନଙ୍କୁ ମୁଖ୍ୟ ଅତିଥି ସମ୍ମାନିତ କରିବେ | ଚକରା ବିଷୋୟୀ ମୂର୍ତ୍ତି ଏବଂ ବଡକୋଦଣ୍ଡା ସ୍ଥିତ ଚିଦାନନ୍ଦ କୁଷ୍ଠ ରୋଗୀ ରିଲିଫ କେନ୍ଦ୍ରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରହିଛି | ଉପଖଣ୍ଡ ଡାକ୍ତର ଖାନା ଏବଂ ବଡକୋଦଣ୍ଡା ସ୍ଥିତ ଚିଦାନନ୍ଦ କୁଷ୍ଠ ରୋଗୀ ରିଲିଫ କେନ୍ଦ୍ରର ଅନ୍ତେ ବାସୀଙ୍କୁ ଫଳ ଏବଂ ମିଷ୍ଟାନ ବଣ୍ଟନ କରାଯିବ | ଅଗଷ୍ଟ 15 ତାରିଖ ଦିନ ପ୍ରାତଃ 5.00 ମିନିଟ ସମୟରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସହରରେ ରାମଧୂନ ପ୍ରଚାର କରାଯିବ | ସମସ୍ତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ପ୍ରତିଷ୍ଠାନ ମାନଙ୍କରେ ସକାଳ 7.30 ମିନିଟ ସମୟରେ ଜାତୀୟ ପତାକା ଉତ୍ତୋଳନ କରିବେ | ଉକ୍ତ ଦିବସ କୁ ସ୍ମରଣୀୟ କରିବା ନିମନ୍ତେ ସମସ୍ତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ପ୍ରତିଷ୍ଠାନ ଗୁଡିକୁ ଆଲୋକ ମାଳାରେ ସୁସଜ୍ଜିତ କରିବା ନିମନ୍ତେ ବୈଠକରେ ନିଷ୍ପତି ହେଇଛି | ବୈଠକରେ ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ଙ୍କ ବ୍ୟତୀତ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକିର ମୋହନ ମାଝୀ, ବିଡ଼ିଓ ଅନୀଲ କୁମାର ସେଠୀ, ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ, ଆଞ୍ଚଳିକ ପରିବହନ ଅଧିକାରୀ ଭାଗିରଥି ନାୟକ, ଆସିଷ୍ଟାଣ ଡିରେକ୍ତର ଉଦ୍ୟନ ବିଭାଗ ଏସ. ରାମା ରାଓ,ସମାଜ ସେବୀ ଶୂଳପାଣି ଶତପତୀ ,
ଗୌରୀ ଶଙ୍କର ପାତ୍ର କିରାଣୀ ସଂଘ, ଶିକ୍ଷୟତ୍ରୀ ଜୋସ୍ନା କୁମାରୀ ଦେବୀ, ସୁନନ୍ଦା ବେହେରା,ଅନୁପମ ବାନାର୍ଜୀ, ଏବିଇଓ ହୃଷିକେଶ ସ୍ୱାଇଁ, ସାବିତ୍ରୀ ମହିଳା କଲେଜ ଅଧ୍ୟକ୍ଷ ଜୟରାମ ସେନାପତି, ଆର. ତ୍ରିପାଠୀ ଏନସିସି ଆର୍ମି କେ. ଏସ. ୟୁ. ବି କଲେଜ, ଅଧ୍ୟକ୍ଷ କେଏସୟୁବି କଲେଜ ସୁଭାଷ ଚନ୍ଦ୍ର ପ୍ରଧାନ, ରବୀନ୍ଦ୍ର କୁମାର ମିଶ୍ର, ଏନସିସି ନାଭାଲ କେଏସୟୁବି କଲେଜ, ସାମ୍ବାଦିକ ବିଶ୍ୱମ୍ବର ଜେନା, ଲୋକନାଥ କର, ଜୟକୃଷ୍ଣ ପଟ୍ଟନାୟକ, ଭବାନୀ ଶଙ୍କର ପାଳ, ବାବୁଲା ପ୍ରଧାନ, ସୁଶାନ୍ତ ମହାପାତ୍ର, ସୁନୀଲ କୁମାର ପଟ୍ଟନାୟକ, ପ୍ରମୁଖ ଉପସ୍ଥିତ ଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ