ଭଞ୍ଜନଗର ଉପଜିଲ୍ଲାପାଳଙ୍କ ଦ୍ଵାରା ବୁଗୁଡା ଔଷଧ ଦୋକାନୀଙ୍କ ବାଇକ ଜବତ

ବୁଗୁଡା,(ଅନିଲ କୁମାର ମହାରଣା):ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ବୁଧବାର ଦିନ ବୁଗୁଡା ଗସ୍ତ ସମୟରେ ବୁଗୁଡାର ଏକ ମେଡିସିନ ଷ୍ଟୋର ମାଲିକଙ୍କ ବାଇକ ଜବତ କରିଛନ୍ତି। ଖବର ନେବାରେ ଜଣାପଡିଛିଯେ ବୁଗୁଡାର ଏକ ମେଡ଼ିସିନ ଷ୍ଟୋର ମାଲିକ ତାଙ୍କର ରିଟେଲ ଔଷଧ ଦୋକାନକୁ ଔଷଧ ଆଣିବା ପାଇଁ ନିଜର ବାଇକକୁ କରୋନା ସଂକ୍ରମଣ ଲକ ଡାଉନ ସମୟରେ ଚଳାଇବାକୁ ପଞ୍ଜୀକୃତ କରିଥିଲେ। ଭଞ୍ଜନଗର ଉପଜିଲ୍ଲାପାଳ ବୁଗୁଡା ଗସ୍ତରେ ଆସିବା ସମୟରେ ପଞ୍ଜୀକୃତ ବାଇକିଟି ଔଷଧ ଆଣିବା ପରିବର୍ତ୍ତେ ବାହାରେ ବୁଲୁଥିବା ଦେଖି ବାଇକ୍ ଟିକୁ ଜବତ କରି ବାଇକ୍ ର ଚାବି ନେଇଯାଇଥଲେ। ଔଷଧ ଦୋକାନ ମାଲିକ ବାଇକ୍ ପଞ୍ଜୀକୃତ ଆଇନର ଅପବ୍ୟବହାର କରିଥିବା ଅଭିଯୋଗ କ୍ରମେ ଉପଜିଲ୍ଲାପାଳ ବାଇକ୍ ଜବତ କରିଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ