ଭଞ୍ଜନଗର ଉପ-ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ଅଭିଯୋଗ ଶୁଣାଣୀ
ଗଞ୍ଜାମ , (ଯୁଗାବ୍ଦ ନ୍ୟୁଜ) : ଆଜି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଉପ-ଜିଲ୍ଲାପାଳଙ୍କର ସମିଳନୀକକ୍ଷରେ ଜନସାଧାରଣଙ୍କର ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜନସାଧାରଣଙ୍କର ସର୍ବମୋଟ ୨୬୨ଟି ଅଭିଯୋଗର ଶୁଣାଣୀ କରାଯାଇଥିଲା । ସେଥିମଧ୍ୟରୁ ୨୪୯ଟି ବ୍ୟକ୍ତିଗତ ଅଭିଯୋଗ, ୧୦ ଟି ବିଭିନ୍ନ ଗ୍ରାମର ଗ୍ରାମବାସୀଙ୍କର ମିଳିତ ଦଳଗତ ଅଭିଯୋଗ ଶୁଣାଣି କରାଯାଇଥିବାବେଳେ ୩ ଅଭିଯୋଗ ର ସମାଧାନ ତୁରନ୍ତ କରାଯାଇ ଗୋଟିଏ ଅଭିଯୋଗର ସମାଧାନ ନିମନ୍ତେ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି ରୁ ୪୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇ ଥିବାବେଳେ, ଅନ୍ୟ ଦୁଇଟି ଅଭିଯୋଗର ସମାଧାନ ପାଇଁ ରେଡକ୍ରସ ପାଣ୍ଠିରୁ ଉଭୟଙ୍କୁ ୭୦୦୦ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି । ଏହି ଅଭିଯୋଗ ଶୁଣାଣି କାର୍ୟ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର ସାହୁ, ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ସହକାରୀ ଜିଲ୍ଲାପାଳ ବିକାଶ କୁମାର ଭୋଇ, ଭଞ୍ଜନଗର ବି. ଡି. ଓ ଅନିଲ କୁମାର ସେଠି, ଭଞ୍ଜନଗର ଅତିରିକ୍ତ ତହସିଲଦାର ଅନିଲ କୁମାର ଆଚାର୍ୟ୍ୟ, ଭଞ୍ଜନଗର ଥାନାଅଧିକାରୀ ସୁଦୀପ୍ତ କୁମାର ସାହୁ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ବେହେରା ଙ୍କସମେତ ଉପଖଣ୍ଡ ଓ ଜିଲ୍ଲାସ୍ତରୀୟ ଅନ୍ୟାନ୍ୟ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହିଥିଲେ ।