ଭଞ୍ଜନଗର ଓକିଲ ସଂଘର ନୂତନ ଇଣ୍ଟେରିମ କମିଟି ଗଠନ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା): ଆଜି ଭଞ୍ଜନଗର ଓକିଲ ସଂଘର ସଭାପତି ଅଭିମନ୍ୟୁ ଗୌଡ଼ ଙ୍କ ସଭାପତିତ୍ୱରେ ଓଡିଶା ରାଜ୍ୟ ପରିଷଦର ପତ୍ର ସଂଖ୍ୟା OSBC -୧୯୬୭(୧୫୮) ୦୪.୦୫.୨୦ ନିର୍ଦ୍ଦେଶକ୍ରମେ ଭଞ୍ଜନଗର ବାର୍ ର ସୁବର୍ଣ୍ଣ ଜୟନ୍ତୀ ପାଠାଗାର ଭବନରେ ସକାଳ ୧୦ ଟା ସମୟରେ ୨୦-୨୧ବର୍ଷ ପାଇଁ ବାର୍ ଇଣ୍ଟେରିମ କମିଟି ଗଠନ ସକାଶେ ନିର୍ବାଚନ ଅଧିକାରୀ ରମେଶ ଚନ୍ଦ୍ର ପଣ୍ଡା ଙ୍କ ତତ୍ୱାବଧାନରେ ବାର୍ ର ଏକଜିକ୍ୟୁଟିଭ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବାର୍ ର ସମ୍ପାଦକ ଅଶୋକ କୁମାର ଜେନା ନୂତନ କମିଟି ଗଠନ ର ପ୍ରାରମ୍ଭିକ ସୂଚନା ଦେଇ ଓଡ଼ିଶା ରାଜ୍ୟ ଆଇନ ପରିଷଦର ଉକ୍ତ ପତ୍ର ଓ କମିଟି ଗଠନ ର ନିୟମାବଳୀ ପଠନ କରିଥିଲେ। ବାର୍ ସଭାପତି ଶ୍ରୀ ଗୌଡ଼ ଙ୍କ ପ୍ରସ୍ତାବ କୁ ସର୍ବସମତି କ୍ରମେ ଉକ୍ତ କମିଟିର ଗାଇଡ଼ ଲାଇନ ଅନୁସାରେ ପୂର୍ବତନ ସଭାପତି ଗୋପାଳ କୃଷ୍ଣ ପ୍ରଧାନ,ବେଦ୍ୟନାଥ ସାହୁ ଙ୍କୁ ସଦସ୍ୟ ଭାବେ ଓ ତିନିଜଣ ପୂର୍ବତନ ସମ୍ପାଦକ ହରିକୃଷ୍ଣ ମହାପାତ୍ର,ଅକ୍ଷୟ କୁମାର ସାହୁ, ଡ଼ା. ସୁଶାନ୍ତ କୁମାର ତିଆଡ଼ି ଙ୍କୁ ଏହି ପରି ଭାବେ ମୋଟ ୫ଜଣଙ୍କୁ ଚୟନ କରାଯାଇଛି। ରାଜ୍ୟ ଆଇନ ପରିଷଦର ନିୟମ ଅନୁଯାୟୀ ଉକ୍ତ କମିଟିର ସଭାପତି ଭାବେ ଗୋପାଳ କୃଷ୍ଣ ପ୍ରଧାନ ଙ୍କୁ ସର୍ବସମତି କ୍ରମେ କରାଯାଇଛି। ଏହି ବୈଠକରେ ଉପସଭାପତି ଜ୍ୟୋତିରାଜ ପତି, ଯୁଗ୍ମ ସମ୍ପାଦକ ଆଶିଷ କୁମାର ପ୍ରଧାନ, କୋଷାଦକ୍ଷ ସୁନଦ କୁମାର ତିଆଡ଼ି ,କାର୍ଯ୍ୟକାରୀ ସଦସ୍ୟ ଛବିଲାଲ ପୃଷ୍ଟି ଓ ଅଜୟ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ପରିଶେଷରେ ସମସ୍ତ ସଦସ୍ୟ ନିଜ ନିଜର ଦାଇତ୍ୱ ଗ୍ରହଣ କରିବା ସହିତ ନିର୍ବାଚନ ଅଧିକାରୀ ଶ୍ରୀ ପଣ୍ଡା ପତ୍ର ଓ ଇ-ମେଲ ଯୋଗେ ଏ ନେଇ ରାଜ୍ୟ ଆଇନ ପରିଷଦ କୁ ଅବଗତ କରାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ