ଭଞ୍ଜନଗର ଓକିଲ ସଂଘର ବୈଠକ
ଭଞ୍ଜନଗର , (ଯୁଗାବ୍ଦ ନ୍ୟୁଜ) : ପୁଡୁଚେରୀ ଉପରାଜ୍ୟପାଳ କୀରଣ ବେଦୀ ଓ ଦିଲ୍ଲୀ ପୋଲିସ – ଓକିଲ ବିବାଦ ସମ୍ବନ୍ଧରେ ଗଣମାଧ୍ୟମ ସମ୍ମୁଖରେ ଦେଇଥିବା ବିବାଦୀୟ ବିବୃତ୍ତିକୁ ନେଇ ରବିବାର ଭଞ୍ଜନଗର ଓକିଲ ସଂଘ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସାମ୍ବିଧାନିକ ପଦ ପଦବୀରେ ଥାଇ କୀରଣ ବେଦୀଙ୍କର ଦିଲ୍ଲୀ ପୋଲିସ ସପକ୍ଷରେ ବିବାଦୀୟ ମନ୍ତବ୍ୟର ଦୃଢ ନିନ୍ଦା କରାଯାଇଛି । ଗଣତନ୍ତ୍ର ଜାଗ୍ରତ ପ୍ରହରୀ ଭୂମିକାରେ ଉପରାଜ୍ୟପାଳ ଭାବେ କାର୍ଯ୍ୟକରୁଥିବା ଶ୍ରୀମତି ବେଦୀ ନିଜର ସାମ୍ବିଧାନିକ ପଦମାର୍ଯ୍ୟଦାର ଖୋଲାଖୋଲି ଉଲଘଂନ କରିଥିବାରୁ ଭାରତର ମହାମହିମ ରଷ୍ଟ୍ରପତି ତାଙ୍କୁ ପଦବୀରୁ ତୁରନ୍ତ ବହିଷ୍କାର କରିବାକୁ ଦାବୀ କରାଯାଇଛି । ଦିଲ୍ଲୀ ପୋଲିସର ବିବାଦୀୟ ଭୂମିକା ଗଣତନ୍ତ୍ରର ପରିପନ୍ଥୀଏବଂ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ସ୍ପଷ୍ଟ ଉଲଘଂନ ହେବା ପରିପ୍ରେକ୍ଷୀରେ ପୋଲିସ କର୍ମଚାରୀଙ୍କ ବିରଦ୍ଧରେ ଅଦାଲତ ଅବମାନନା ମକଦ୍ଦମା ରୁଜୁ ପାଇଁ ଓକିଲ ସଂଘ ମତ ପ୍ରକାଶ କରିଛି । ଉକ୍ତ ବୈଠକରେ ବାର ଆସୋସେସିଅନର ସଭାପତି ଅଭିମନ୍ୟୁ ଗୌଡଙ୍କ ସଭାପତିତ୍ୱରେ କରିଥିବାବେଳେ ଉପସଭାପତି ଜ୍ୟୋତିରାଜ ପତି , ଅଶୋକ କୁମାର ଜେନା , ରବିଲାଲ ପୃଷ୍ଟି ,ଅଜୟ କୁମାର ପ୍ରଧାନ , ସୁନନ୍ଦ ତ୍ରୀପାଠୀ , ବରିଷ୍ଠ ଆଇନଜୀବି ସୋମନାଥ ନାୟକ , ସନ୍ତୋଷ ଦଣ୍ଡପାଣୀ ସ୍ୱାଇଁ , ଦୁର୍ଗା ପ୍ରସନ୍ନ ଷଡଙ୍ଗୀ , ଦଣ୍ଡପାଣି ସ୍ୱାଇଁ , ବସନ୍ତ କୁମାର ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।