ଭଞ୍ଜନଗର କୋର୍ଟ ରେ ନୂତନ ଏ.ଡି.ଜେଙ୍କ ଯୋଗଦାନ

ଭଂଜନଗର ,(ସନ୍ତୋଷ କୁମାର ଜେନା):  ଗଂଜାମ ଜିଲ୍ଲା ଭଞ୍ଜନଗର କୋର୍ଟ ରେ ନୂତନ ଏ.ଡି.ଜେ ରୂପେ ଶ୍ରୀଯୁକ୍ତ ଅରୁଣ କୁମାର ସାହୁ ଯୋଗ ଦେଇଛନ୍ତି । ଏହି ଅଵସରରେ ତାଙ୍କୁ ଭଞ୍ଜନଗର ଓକିଲ ସଂଘ ତରଫରୁ ସ୍ୱାଗତ କରାଯାଇଛି । ଓକିଲ ସଂଘ ସଭାପତି ଦଣ୍ଡପାଣି ସ୍ୱାଇଁ ଙ୍କ ସଭାପତିତ୍ୱ ସ୍ଥାନୀୟ ଲାଇବ୍ରେରି ହଲ ଠାରେ ଏକ ସ୍ୱାଗତ ସମାରୋହ ଅନୁଷ୍ଠିତ ହୋଇ ଯାଇଛି । ସବଜଜ୍ ଶ୍ରୀଯୁକ୍ତ ବେଦ ପ୍ରକାଶ, ଏସ.ଡି.ଜେ.ଏମ ମନସ୍ୱିନୀ ରଥ ମଧ୍ୟ ଏହି କାଯ୍ୟକ୍ରମରେ ଯୋଗ ଦେଇଥିଲେ । ଉପସଭାପତି ମଣି ଦୀକ୍ଷିତ,ସମ୍ପାଦକ ଅକ୍ଷୟ କୁମାର ସାହୁ,ସହ ସଂପାଦକ ବଳରାମ ମହାପାତ୍ର ଏବଂ ବରିଷ୍ଠ ସରକାରୀ ଓକିଲ ଏମ.ତାଜ ଆଦେନି,ରାଜେନ୍ଦ୍ର ପ୍ରଧାନ,ଦିବାକର ନାୟକ, ବରିଷ୍ଠ ଓକିଲ ଗୋପାଳ ପ୍ରଧାନ,ଲଡୁ କିଶୋର ଆଲଟିଆ,ସନ୍ତୋଷ କୁମାର ତିଆଡି,ବୈଦ୍ୟନାଥ ସାହୁ, ବିନୟ ରଥ ,ରବି ଦାସ,ନିରାକାର ସାହୁ ଙ୍କ ସମତେ ବହୁ ଓକିଲ ଯୋଗ ଦେଇଥିଲେ । ବେଞ୍ଚ ଓ ବାର ମଧ୍ୟ ରେ ସମନ୍ୱୟ ରଖି ସମସ୍ତ କାର୍ଯ୍ୟ କରାଯିବା ପାଇଁ ସମସ୍ତେ ମତ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ