ଭଞ୍ଜନଗର ଖ୍ୟାତନାମା ଚିକିତ୍ସକ ନଳିନୀକାନ୍ତ ତ୍ରିପାଠୀଙ୍କ ପରଲୋକ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ର ଜଣାଶୁଣା ଡାକ୍ତର ନଳିନୀ କାନ୍ତ ତ୍ରିପାଠୀଙ୍କ ଆଜି ଦିନ ୨ଟା ସମୟରେ ହୃତଘାତରେ ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା। ଘୁମୁସର ଅଂଚଳର ଜଣେ ଖ୍ୟାତନାମା ଚିକିତ୍ସକ ଭାବେ ସେ ପରିଚିତ ଥିଲେ। ତାଙ୍କ ନିକଟକୁ ସ୍ବାସ୍ଥ୍ୟ ସେବା ପାଇଁ ବହୁ ଦୂରଦୂରାନ୍ତରୁ ଲୋକମାନେ ଆସୁଥିବା ବେଳେ ଭଞ୍ଜନଗର ସହରର ସର୍ବ ପ୍ରଥମ ଘରୋଇ କ୍ଲିନିକ ତାଙ୍କର ରହିଥିଲା ବୋଲି ସ୍ଥାନୀୟ ବାସୀ ପ୍ରକାଶ କରିଛନ୍ତି। ଦୀର୍ଘ ୬୦ ବର୍ଷ ଧରି ସେ ଭଞ୍ଜନଗର ଓ ଆଖପାଖ ଅଞ୍ଚଳବାସୀ ଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଥିଲେ। ଜଣେ ଉତ୍ତମ ଚିକିତ୍ସକ ସାଙ୍ଗକୁ ସମାଜ ସେବୀ , ସଂଘଠକ ଓ ବଳିଷ୍ଠ ବ୍ୟକ୍ତିତ୍ବ ଭାବେ ସେ ତାଙ୍କ ପରିଚୟ ସୃଷ୍ଟି କରିପାରିଥିଲେ। ସ୍ୱାସ୍ଥ୍ୟ ସେବା ସହ ସେ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ସହ ଜଡିତ ମଧ୍ୟ ରହିଥିଲେ। ପୂର୍ବରୁ ସେ ଗ୍ରାମ ଦେବତୀ ଠାକୁରାଣୀ ମନ୍ଦିରର ପରିଚାଳନା ଟ୍ରଷ୍ଟି ରହିଥିବା ବେଳେ ଦୀର୍ଘ ବର୍ଷ ହେବ ରଘୁନାଥ ମନ୍ଦିରର ପରିଚାଳନା ମୁଖ୍ୟ ଭାବେ ଦାୟିତ୍ବ ସମ୍ପାଦନା କରି ଆସୁଥିଲେ। ଏଥି ସହିତ ସେ ଭଞ୍ଜନଗରର ଐତିହାସିକ ଠାକୁରାଣୀ ଯାତ୍ରାର ସଭାପତି ଭାବେ ଦୀର୍ଘ ୯ ବର୍ଷ ଦାୟିତ୍ବରେ ରହି ୩ ଟି ଠାକୁରାଣୀ ଯାତ୍ରା ତାଙ୍କ ନେତୃତ୍ୱରେ ପରିଚାଳନା ହୋଇଥିବା ଜଣାପଡ଼ିଛି। ତାଙ୍କରି ମୃତ୍ୟୁ ରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଅନ୍ତିମ ଦର୍ଶନ ପାଇଁ ଖାଲାସୀ ସାହି ସ୍ଥିତ ବାସଭବନରେ ପହଂଚିଥିଲେ। ତାଙ୍କରି ବିୟୋଗରେ ଜଙ୍ଗଲ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଙ୍କ ସମେତ ଯାତ୍ରା କମିଟିର ସମସ୍ତ ସଦସ୍ୟ ଗଭୀର ଶୋକବ୍ୟକ୍ତ କରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ