ଭଞ୍ଜନଗର ଗୀତାପାଠ ଶାଳାରେ ଶିବଧ୍ବଜା ଉତ୍ତୋଳନ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ଭଞ୍ଜନଗର, ଶାନ୍ତି ସ୍ରୋତ ଭବନ ତରଫରୁ ଆୟୋଜିତ ଶିବ ସନ୍ଦେଶ ଅଭିଯାନର ଷଷ୍ଠ ଦିବସରେ ଭଞ୍ଜନଗରର ବିଭିନ୍ନ ଗୀତାପାଠ ଶାଳାରେ ଶିବଧ୍ବଜା ଉତ୍ତୋଳନ କରାଯାଇଛି। ପୁରୁଣା ବଜାର ସାହି,ମାଲସାହି,ଭେଜିପୁଟ,ଲଣ୍ଡେଇସାହି,ଶ୍ରୀରାମ ନଗର ଗୀତାପାଠଶାଳାରେ ଆୟୋଜିତ ହୋଇଥିଲା। ବ୍ଲକ ଉପାଧ୍ୟକ୍ଷ ଶ୍ରୀମତୀ ରାଜଲକ୍ଷ୍ମୀ ପ୍ରଧାନ ଓ ଲାଲସିଂ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀ ଶିବରାମ ସାହୁଙ୍କ କରକମଳରେ ଲଣ୍ଡେଇସାହିସ୍ଥ ଏବଂ ଚାରା ରୋପଣ କାର୍ଯ୍ୟାଳୟର ଅତିରିକ୍ତ ନିର୍ଦ୍ଦେଶକ ଏମ୍ ରାମାରାଓ ପାତ୍ର ସାର୍ ଙ୍କ କରକମଳରେ ଶ୍ରୀରାମ ନଗରସ୍ଥ ଗୀତା ପାଠଶାଳାଠାରେ ଶିବଧ୍ବଜା ଉତ୍ତୋଳନ କରାଯାଇଛି। ଭଞ୍ଜନଗର ଶାଖା କେନ୍ଦ୍ରର ମୁଖ୍ୟ ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମା କୁମାରୀ ସନ୍ତୋଷିନୀ ଭଉଣୀ ଭଗବାନ ଶିବଙ୍କ ଦିବ୍ଯ ଅବତରଣ ସହିତ ସାମ୍ପ୍ରତିକ ସମୟରେ ରାଜଯୋଗର ଅଭ୍ୟାସ ସଂପୂର୍ଣ୍ଣ ସୁଖଶାନ୍ତି ପ୍ରାପ୍ତିର ଏକମାତ୍ର ପଥ ବୋଲି ଉଦ୍ ବୋଧନ ଦେଇଥିଲେ। ବ୍ରହ୍ମକୁମାରୀ ଅନିତା,ଅଲିଭା, ପ୍ରାପ୍ତି ଭଉଣୀ, ବ୍ରହ୍ମାକୁମାର ଅକ୍ଷୟ ଓ ବୈକୁଣ୍ଠ ଭାଇଙ୍କ ଶୃଙ୍ଖଳିତ ସହଯୋଗରେ କାର୍ଯ୍ୟକ୍ରମ ସଂପାଦନା ହୋଇପାରିଛି।