ଭଞ୍ଜନଗର ଡିଏଭି ସ୍କୁଲରେ ବିଜ୍ଞାପନ ପ୍ରଦର୍ଶନ ପ୍ରତିଯୋଗୀତା

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ଡିଏଭି ପିଟିଏସ୍‌ଆର୍‌ ପବ୍ଳିକ୍‌ ସ୍କୁଲ ପରିସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଜ୍ଞାପନ ପ୍ରଦର୍ଶନୀ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଛି। ପିଲାଙ୍କ ମଧ୍ୟରେ ଶିକ୍ଷାର ବାତ୍ତାବରଣ ସୃଷ୍ଟି କରିବା ସହ ଆଗାମୀ ପ୍ରତିଯୋଗୀତା ମୂଳକ ଦୁନିଆରେ ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତା ବଢାଇବା ନିମନ୍ତେ ବିଭିନ୍ନ ସମୟରେ ଛାତ୍ରୀଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗୀତା ମାନ ଅନୁଷ୍ଠିତ କରଯାଉଛି। ପିଲାଙ୍କୁ ବିଜ୍ଞାପନ ନିର୍ମାଣ କ୍ଷେତ୍ରରେ ଉତ୍ସାହିତ କରିବା ନିମନ୍ତେ ଆଜି ଡିଏଭି ସ୍କୁଲ ପରିସରରେ ପ୍ରଧାନ ଶିକ୍ଷକ ବାସୁଦେବ ପାଣିଗ୍ରାହୀଙ୍କ ପୌରହିତ୍ୟରେ ବିଜ୍ଞାପନ ପ୍ରଦର୍ଶନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଦ୍ୟାଳୟର ନବମ ଏବଂ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଏହି ପ୍ରତିଯୋଗୀତାରେ ସମ୍ବାଦ ପ୍ରତିନିଧି ବିଶ୍ବମ୍ବର ଜେନା ଏବଂ ସାମ୍ବାଦିକ ଜୟକୃଷ୍ଣ ପଟ୍ଟନାୟକ ବିଚାରକ ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ପ୍ରଦର୍ଶିତ କରିଥିବା ବିଜ୍ଞାପନ ଗୁଡିକର ମୂଲ୍ୟାଙ୍କନ କରିଥିଲେ। ଏଥିସହ ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି କରିବା ପାଇଁ ଏଭଳି ପ୍ରତିଯୋଗୀତା କରାଯାଉଥିବାରୁ ଭୂୟସୀ ପ୍ରଶଂସା କରିଥିଲେ। ଏଥିରେ ଛାତ୍ରୀ ‌ଅନ୍ବେଶା ସ୍ବାଇଁ ଏବଂ ଅନ୍ବେଶା ପାତ୍ର ପ୍ରଥମ ହୋଇଥିବା ବେଳେ ସ୍ଥିତିରାଣୀ ସ୍ବାଇଁ ଦ୍ବିତୀୟ ଏବଂ ସିରୋଧା ପଟ୍ଟନାୟକ,ୟନୁଶ୍ରୀ ଦାଶ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହି କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ ମ‌ୋନାଲିସା ପଣ୍ଡା ସଂଯୋଜନା କରିଥିବା ବ‌େଳେ ଏଥିରେ ରାଜଲକ୍ଷ୍ମୀ ଡାକୁଆ,ମମିତା କୁମାରୀ ତ୍ରିପାଠୀ,ଧରିତ୍ରୀବାଳା ପଣ୍ଡା,ସସ୍ମିତା ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ