ଭଞ୍ଜନଗର ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ କର୍ମକର୍ତ୍ତାଙ୍କ ବୈଠକ
ଭଞ୍ଜନଗର, (ସନ୍ତୋଷ ଜେନା): ରବିବାର ପୂର୍ବାହ୍ନ ୧୧.ଟାରେ ଭଞ୍ଜନଗର ବ୍ଳକ୍ ରେ କାର୍ଯ୍ୟରତ ନୂତନ ପେନସନ ସ୍କିମ ଅନ୍ତର୍ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତା ବୃନ୍ଦଙ୍କ ଏକ ଜରୁରୀ ବୈଠକ ଭେଜିପୁଟ ଠାରେ ଅନୁଷ୍ଠିତ ହୋଇଯାଇଛି ରାଜ୍ୟ ସ୍ତରରେ ଏହି ସଂଘଟି ଶିକ୍ଷକ ନେତା ବ୍ରହ୍ମାନନ୍ଦ ମହାରଣାଙ୍କ ନେତୃତ୍ବରେ ପ୍ରାଇମେରୀ ସ୍କୁଲ ଟିଚରସ ଆସୋସିଏସନ ବା (PSTA ,Reg.No- 347/26202100047 of 2021-22)ନାମରେ ପୁନର୍ଗଠନ ହୋଇ ପଞ୍ଜିକରଣ ହେବା ସହ ଗତ ସେପ୍ଟେମ୍ବର ମାସ ୧୨ ତାରିଖରେ ରେଜିଷ୍ଟ୍ରେସନ ନମ୍ବର ପାଇ ସାରିଥିବା ହେତୁ ସମସ୍ତେ ରାଜ୍ୟ ସଂଘର ଏହି କୃତୀତ୍ବକୁ ପ୍ରଶଂସା କରିଥିଲେ ରାଜ୍ୟ ସଂଘର ପରାମର୍ଶକ୍ରମେ ପ୍ରତି ବ୍ଳକରେ ଓ ଜିଲ୍ଲାରେ କର୍ମକର୍ତ୍ତା ଚୟନ କରାଯିବା ସହ ପୁନଶ୍ଚ ରାଜ୍ୟ ସ୍ତରରେ ଏକ କାର୍ଯ୍ୟକାରିଣୀ କମିଟି ଗଠନ ନିଷ୍ଷତ୍ତି ହୋଇଥିବାରୁ ଭଞ୍ଜନଗରରେ ବ୍ଳକ ସ୍ତରରେ ସଂଘର ପୁନର୍ଗଠନ କିପରି କରାଯିବ ସେଥିପାଇଁ ଆଲୋଚନା କରାଯାଇଥିଲା ଏନ୍.ପି.ଏସ. ଟିଚରସ ଆସୋସିଏସନ ର ରେଜିଷ୍ଟ୍ରେସନ ନମ୍ବର ନଥିବାରୁ ତାହା ମାଧ୍ୟମରେ ଏହି ଯୋଜନାରେ କାର୍ଯ୍ୟକରୁଥିବା ଶିକ୍ଷକମାନଙ୍କ ନାର୍ଯ୍ୟ ଦାବୀ ସରକାରଙ୍କ ପାଖରେ ପହଞ୍ଚିବାରେ ଅସୁବିଧା ହେଉଥିଲା ଶିକ୍ଷା ବିଭାଗର କିଛି ଅଧିକାରୀ ଏହି ସଂଘକୁ ଗୁରୁତ୍ବର ସହ ଗ୍ରହଣ ନ କରୁଥିବା ଅଭିଯୋଗ ହେଉଥିଲା ଏହି ସବୁ ସମସ୍ୟାର ସମାଧାନ ପାଇଁ ରାଜ୍ୟ କମିଟି ଅଣ୍ଟା ଭିଡିଥିଲେ ଓ ସଂଘକୁ ପୁନର୍ଗଠନ କରିବା ସହ ସଂଘର ସମ୍ବିଧାନ ପ୍ରସ୍ତୁତ କରି ରେଜିଷ୍ଟ୍ରେସନ କରାଇଥିଲେ ବର୍ତ୍ତମାନ ରେଜିଷ୍ଟ୍ରେସନ ନମ୍ବର ଆସି ସାରିଥିବାରୁ ସମସ୍ତ ପ୍ରାଥମିକ ଶିକ୍ଷକ ପରସ୍ପର ମଧ୍ୟରେ ସମନ୍ବୟ ରଖି ଏକଜୁଟ ହେବାକୁ ରାଜ୍ୟ କମିଟି ତରଫରୁ ଆହ୍ବାନ କରାଯାଇଥିଲା ଏହି କ୍ରମରେ ରାଜ୍ୟ ସଂଯୋଜକ ଶିକ୍ଷକ ସୁଦାମ ଦଳବରାଙ୍କ ଉପସ୍ଥିତିରେ ଭଞ୍ଜନଗର ଏନ.ପି.ଏସ୍ ଟିଚରସ ସଂଘର ସଂପାଦକ ତ୍ରିନାଥ ବେହେରା, କୋଷାଧ୍ୟକ୍ଷ ଶିବାସିସ ବେହେରା ଙ୍କ ସମେତ କ୍ଳଷ୍ଟର ସେକ୍ରେଟାରୀ ଅବିନାଶ ପଣ୍ଡା,ମନବିନ ଜେନା, ରାଜେନ୍ଦ୍ର ଗୁରୁ,ଅଶୋକ କୁମାର ବେହେରା,ସୁରେନ୍ଦ୍ର ପ୍ରଧାନ,ମୋହନ ସାହୁ ପ୍ରମୁଖଙ୍କ ଉପସ୍ଥିତିରେ ଆଗକୁ କିପରି ସଂଘର ପୁନର୍ଗଠନ ହେବା ସହ ୨୮୦୦ ଗ୍ରେଡ ପେ ପ୍ରଦାନ,ପୁରୁଣା ପେନସନ ଲାଗୁ, ଅନୁସୁଚିତ ଜାତି ଓ ଉପଜାତି ଶିକ୍ଷକମାନଙ୍କୁ ଯୋଗ୍ୟତା ଭିତ୍ତିରେ ବି.ଇ.ଡି ଟ୍ରେନିଂ ପ୍ରଦାନ ସୁବିଧା, ତଥା ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ମହାପାତ୍ର ଗଣ ଶିକ୍ଷା ସଚିବ ଥିବା ବେଳେ କରିଥିବା ଘୋଷଣା ପ୍ରକାରେ ଯେଉଁ ପ୍ରାଥମିକ ଶିକ୍ଷକମାନେ ବି.ଇ.ଡି ଟ୍ରେନିଂ ସାରିଛନ୍ତି ସେମାନଙ୍କୁ ପରୀକ୍ଷା ମାଧ୍ୟମରେ ହାଇସ୍କୁଲରେ ରେଗୁଲାର ପୋଷ୍ଟିଂ କରାଯିବା, ଶିକ୍ଷକଙ୍କ ଡି.ଏ ବୃଦ୍ଧି, ଘରଭଡା ବୃଦ୍ଧି ତଥା କୋଭିଡ ଗାଇଡଲାଇନ ପ୍ରକାରେ ବିଦ୍ୟାଳୟରେ ଶିକ୍ଷାଦାନ ଆରମ୍ଭ କରାଯିବା ଆଦି ପ୍ରମୁଖ ଦାବୀ ବିଷୟରେ ଆଲୋଚନା କରାଯାଇଥିଲା ଏଥିନିମିତ୍ତ ଆଗକୁ ବ୍ଳକରେ ନିୟୋଜିତ ୨୦୦୧ ମସିହା ଠାରୁ ସଂପ୍ରତି ୨୦୧୮ ମସିହା ପର୍ଯ୍ୟନ୍ତ ପୋଷ୍ଟିଂ ପାଇଥିବା ଏନ୍.ପି.ଏସ୍ ଶିକ୍ଷକ ତଥା ଜେ.ଟି ଓ ଜେ.ଟି.ସି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ କରିବା ସହ ସଂଘର ପୁନର୍ଗଠନ ପାଇଁ ମଧ୍ୟ ଆଲୋଚନା କରାଯାଇଥିଲା ଶେଷରେ ଶିକ୍ଷକ ରାଘବ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ


