ଭଞ୍ଜନଗର ପୋଲିସକୁ ମିଳିଲା ବଡ ସଫଳତା

ଭଞ୍ଜନଗର,(ସନ୍ତୋଷ ଜେନା):ଗତ କିଛିଦିନ ତଳେ ଭଞ୍ଜନଗର ଅଞ୍ଚଳର ଜାମପଲ୍ଲୀ, ଗାମୁଣ୍ଡି ଏବଂ ବେଲଗୁଣ୍ଠା ଏବଂ ଗାଲେରୀ ଅଞ୍ଚଳରୁ ଘରର କବାଟ ଏବଂ ଗ୍ରିଲକୁ ଶାବଳରେ ଭାଙ୍ଗି ଚୋରି କରୁଥିବା ଉସ୍ତିଆ ଗ୍ରାମର ସୁଦର୍ଶନ ବେହେରା, ଥାନା ବେଲ୍ଲଗୁଣ୍ଠ। ସେହିପରି ଭଞ୍ଜନଗର ଥାନା ଅନ୍ତର୍ଗତ ବାଉଁସଲୁଣ୍ଡି ଗ୍ରାମର ବଳିଆ ନାୟକକୁ ଭଞ୍ଜନଗର କେଶ ନମ୍ବର ୬୭୨ ଅନୁସାରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଆସାମୀ ବଳିଆ ନାୟକଙ୍କ ଠାରୁ ୨୧୯୦୦ ଟଙ୍କା ଏବଂ ସୁଦର୍ଶନ ବେହେରାଙ୍କ ଠାରୁ ୪୫୦୦ ଟଙ୍କା ଜବତ କରିବା ସହ ଗୋଟିଏ ଶାବଳ, ଖଣ୍ଡା ଏବଂ ଗୋଟେ ନିହାଣ ଏବଂ ଅନ୍ୟାନ ଜିନିଷ ଜବତ କରାଯାଇଛି, ଉଭୟଙ୍କ ବିରୁଦ୍ଧରେ ଅସ୍ତ୍ର ଆଇନ ଅନୁସାରେ ଦଫା ଲାଗିଛି। ସୂଚନାଯୋଗ୍ୟ ଭଞ୍ଜନଗରର କୁମୁଦିନ ବିହାରରେ ରହୁଥିବା ସ୍ୱାଧୀନ ବେହେରାଙ୍କ ରିପୋର୍ଟରେ ଉପରଲିଖିତ କେଶ ହୋଇଥିଲା | ଆଗରୁ ବଳିଆନାରେ ଅନେକ କେଶ ରହିଛି । କିନ୍ତୁ ଆଜି ଭଞ୍ଜନଗର ଥାନାର ଏହି ଗିରଫକୁ ବଡ ସଫଳତା ଭାବିବା ସହ ଭଞ୍ଜନଗର ଅଞ୍ଚଳରେ ହେଇଥିବା ଅପରାଧ ଓ ଡକାୟତିରେ ରୋକ ଲାଗିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ