ଭଞ୍ଜନଗର ବଡ଼କୋଦଣ୍ଡାରେ ଦୁର୍ଘଟଣା, ଜଣେ ମୃତ
ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଥାନା ଅନ୍ତର୍ଗତ ବଡ଼କୋଦଣ୍ଡା ଗ୍ରାମ ନିକଟରେ ଏକ ବାଇକ ଦୁର୍ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତି ରେ ଓ ଆର ୦୭ ୟୁ ୦୨୮୨ ନମ୍ବର ଏକ ବଜାଜ ଡିସକଭର ବାଇକ ରେ ଦୁଇ ଜଣ ବସି ଦଣ୍ଡ ନାଚ ଦେଖିବାକୁ ଯାଉଥିବା ବେଳେ ମାଦକ ଦ୍ରବ୍ୟ ସେବନ କରିଥିବାରୁ ଭାରସମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲେ । ଯାହାଫଳରେ ଭୟଙ୍କର ଦୁର୍ଘଟଣା ଘଟିଥିଲା, ସଂଗେ ସଙ୍ଗେ ଉଭୟ ଙ୍କୁ ଆମ୍ବୁଲାନ୍ସ ରେ ଭଞ୍ଜନଗର ଚିକିତ୍ସାଳୟ କୁ ଅଣାଯାଇଥିଲା, ଡାକ୍ତର ଜଣ କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆଘାତ ହୋଇଥିବାରୁ ସେହି ଆହତ ବ୍ୟକ୍ତି କୁ ବ୍ରହ୍ମପୁର ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି । ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ର ନାମ ସାନୁଜ ସାହୁ ବୋଲି ଜଣାପଡିଛି, ତାଙ୍କର ଘର ବୌଦ୍ଧ ଜିଲ୍ଲାର ଚାରି ଛକ ରେ ହୋଇଥିବା ବେଳେ । ସେ ଭଞ୍ଜନଗର ନିକଟ ଭେଜୁପୁଟ ରେ ନିଜ ମଉସା ଘରେ ରହି ଆସୁଥିଲେ ଓ ଭଞ୍ଜନଗର କୋର୍ଟ ଆଗରେ ଫଳ ଦୋକାନ କରିଥିଲେ ବୋଲି ଜଣାପଡିଛି କିନ୍ତୁ ଗୁରୁତର ହୋଇଥିବା ଅନ୍ୟ ବ୍ୟକ୍ତି ବାଲିପଦର ର ଜିତୁ ବାଡତ୍ୟା ଆହାତ ହୋଇଛନ୍ତି