ଭଞ୍ଜନଗର ବ୍ଳକରେ ଗଡିଲା ଶିକ୍ଷା ସଚେତନତା ରଥ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ପବିତ୍ର ସତସ୍ତୁରୀ ତମ ସ୍ବାଧୀନତା ଦିବସ ଅବସରରେ ଭଞ୍ଜନଗର ବି.ଇ.ଓ ଅଫିସରୁ ବାହାରିଛି ଶିକ୍ଷା ସଚେତନତା ରଥ ଏହା ବ୍ଳକର ପ୍ରତି ଗାଁ କୁ ଗାଁ ବୁଲି ପିଲାଙ୍କୁ ସରକାରୀ ସ୍କୁଲ ପ୍ରତି ଆକୃଷ୍ଟ କରିବା ସହ ଅଧାରୁ ପାଠପଢ଼ା ଛାଡୁଥିବା ପିଲାଙ୍କୁ ପୁଣି ବିଦ୍ୟାଳୟକୁ ଫେରାଇ ଆଣିବା ସହ ପିଲାମାନେ ଯେପରି ଅଧାରୁ ପଢ଼ା ନ ଛାଡନ୍ତି ସେଥି ପ୍ରତି ଜନସଚେତନତା ସୃଷ୍ଟି କରିବ ଏହି କାର୍ଯ୍ୟକ୍ରମକୁ ବି.ଇ.ଓ ଏସ୍.ଧନଞ୍ଜୟ ଉଦଘାଟନ କରିଥିଲେ ଏବିଇଓ ସୂର୍ଯ୍ୟ ନାୟକ, ବି.ଆର୍.ଟି ଅନଲ ମୁଦୁଲି ଓ ଚିନ୍ମୟ ଦାଶ ପ୍ରମୁଖଙ୍କ ନେତୃତ୍ବରେ ଏହି ଶିକ୍ଷା ସଚେତନତା ରଥ ବ୍ଳକର ସାନକୋଦଣ୍ଡା, ବଡକୋଦଣ୍ଡା, ଭେଜିପୁଟ,ଲାଲସିଂ ଆଦି ଗ୍ରାମ ପରିକ୍ରମା କରି ସଚେତନତା ସୃଷ୍ଟି କରିଥିବା ଜଣାପଜିଛି ଅଗଷ୍ଟ ୧୫ ଓ ୧୬ ଏହି ଦୁଇ ଦିନ ବ୍ଳକର ସମସ୍ତ କ୍ଳଷ୍ଟରକୁ ଏହି ରଥ ପରିକ୍ରମା କରିବ ବୋଲି ଜଣାପଜିଛି