ଭଞ୍ଜନଗର ବ୍ଳକର ଏଫ୍.ଏଲ୍.ଏନ୍ ମଡେଲ ସ୍କୁଲ୍ ଉଦଘାଟିତ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ବ୍ଳକ ଦୀନବନ୍ଧୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (ଏଫ୍.ଏଲ୍.ଏନ୍) ମଡେଲ ସ୍କୁଲ୍ ଆଜି ଉଦଘାଟିତ ହେଇଯାଇଛି ଏଥିରେ ମୁଖ୍ୟ ଅତିଥିରୂପେ ଭଞ୍ଜନଗର ଏନ୍.ଏ.ସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ,ସମ୍ମାନୀତ ଅତିଥି ରୂପେ ଭଞ୍ଜନଗର ପଞ୍ଚାୟତ ସମିତି ଅଧ୍ୟକ୍ଷ ନରିସଭା ନାୟକ,ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧୀକାରୀ ଏସ୍.ଧନଞ୍ଜୟ, ବି.ଆର୍.ସି.ସି ତଥା ଏବିଇଓ ସୂର୍ଯ୍ୟ ନାୟକ, ଦୀନବନ୍ଧୁ ବେହେରା ବାଳିକା ଉଚ୍ଚ ବିଦ୍ୟାଳୟରେ ନବ ନିଯୁକ୍ତ ପ୍ରଧାନ ଶିକ୍ଷୟିତ୍ରୀ (ଓ.ଇ.ଏସ୍) ସ୍ବରାଜ କଅଁର, ସ୍ଥାନୀୟ ସି.ଟି ଟ୍ରେନିଂ ସ୍କୁଲର ପ୍ରଶିକ୍ଷକ ସୁରେଶ୍ବର ଶାହା,ବିଦ୍ୟାଳୟର ପରିଚାଳନା କମିଟି ଅଧ୍ୟକ୍ଷା ନଳିନୀ ପ୍ରଭା ପଟ୍ଟନାୟକ, ପୂର୍ବତନ ବିଦ୍ୟାଳୟ ସଭାପତି କୃଷ୍ଣ ଚନ୍ଦ୍ର ବିଷୋୟୀ,ପୂର୍ବତନ ଏବିଇଓ ଜଗବନ୍ଧୁ ଜେନା,ବଡକୋଦଣ୍ଡା ଜବାହାର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସନ୍ତୋଷ ଜେନା, ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳୀ ପ୍ରଧାନ ପ୍ରମୁଖ ଯୋଗ ଦେଇ ପ୍ରଥମରୁ ତୃତୀୟ ଶ୍ରେଣୀ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଏହି ମଡେଲ୍ ସ୍କୁଲକୁ ଉଦଘାଟନ କରିବା ସହ ପିଲାଙ୍କ ନିମିତ୍ତ ପ୍ରଯୁଜ୍ୟ ଟି.ଏଲ୍.ଏମ୍ ତଥା ମଡେଲ୍ ଗୁଡିକୁ ବୁଲି ଦେଖିଥିଲେ ଏହି ଅବସରରେ ଛାତ୍ର ଛାତ୍ରୀମାନଙ୍କ ତରଫରୁ ଅତିଥିମାନଙ୍କୁ ସ୍ବାଗତ କରାଯିବା ସହ ସଂଗୀତ ଓ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା ବିଦ୍ୟାଳୟରେ କାର୍ଯ୍ୟରତ ସହକାରୀ ଶିକ୍ଷକ ସୁନିଲ୍ କୁମାର ଶତପଥୀ ଉଦଘାଟିତ ଏହି ମଡେଲ୍ ସ୍କୁଲର ମଡେଲ ଶ୍ରେଣୀ କକ୍ଷରେ ଟେକନୋଲୋଜି କୁ ବ୍ୟବହାର କରି କିପରି ଶିକ୍ଷା ଦାନ କରାଯିବ ସେ ସମ୍ବନ୍ଧୀୟ ଡେମୋ ପ୍ରଦର୍ଶନ କରିଥିଲେ କାର୍ଯ୍ୟକ୍ରମରେ ଦୀନବନ୍ଧୁ ବେହେରା ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀମାନେ ସହଯୋଗ କରିଥିବା ବେଳେ ବ୍ଳକ୍ ର ସମସ୍ତ ସି.ଆର୍.ସି.ସି ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ପ୍ରକାଶ ଥାଉକି ନୂତନ ଶିକ୍ଷାନୀତି ୨୦୨୦ ଅନୁସାରେ ସାରା ଦେଶରେ ଏହି ଏଫ୍.ଏଲ୍.ଏନ୍ କାର୍ଯ୍ୟକ୍ରମ ଚାଲୁରହିଛି ଏହି କାର୍ଯ୍ୟକ୍ରମ ଅଧିନରେ ସରକାରଙ୍କ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ପ୍ରତି ବ୍ଳକରେ ଗୋଟିଏ ଲେଖାଁଏ ଏଫ୍.ଏଲ୍.ଏନ୍ ମଡେଲ ସ୍କୁଲ୍ କରାଯିବାକୁ ପଦକ୍ଷେପ ଗ୍ରହଣ କରାଯାଉଛି ତଦନୁସାରେ ଖଲ୍ଲିକୋଟ ସ୍ଥିତ ଜିଲ୍ଲା ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନର ପରାମର୍ଶ ପ୍ରକାରେ ବି.ଇ.ଓ ଏସ୍.ଧନଞ୍ଜୟଙ୍କ ତତ୍ତ୍ବାବଧାନରେ ଏହି ମଡେଲ ସ୍କୁଲର ପରିକଳ୍ପନା କରାଯାଇଥିଲା ଯାହା କି ଆଜି ଉଦଘାଟିତ ହୋଇଥିବା ପ୍ରକାଶ ଶେଷରେ ସ୍ଥାନୀୟ ସି.ଆର୍.ସି.ସି ମୋହନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ