ଭଞ୍ଜନଗର ବ୍ଳକ ସ୍ତରୀୟ ଶିକ୍ଷଣ ସାମଗ୍ରୀ ମେଳା ଅନୁଷ୍ଠିତ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ବ୍ଳକ୍ ଶିକ୍ଷା ଅଧିକାରୀଙ୍କ ତରଫରୁ ସ୍ଥାନୀୟ ଡି.ବି ଗମେଣ୍ଟ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଏଫ୍.ଏଲ୍.ଏନ୍ ଶିକ୍ଷଣ ସାମଗ୍ରୀ ମେଳା ଅନୁଷ୍ଠିତ ହୋଇଯାଇଛି ଏଥିରେ ମୁଖ୍ୟ ଅତିଥି ରୂପେ ଶିକ୍ଷାବିତ୍ ତଥା ଦୁଇଜଣ ପ୍ରାକ୍ତନ କେ.ଏସ୍.ୟୁ.ବି କଲେଜ ଅଧ୍ୟକ୍ଷ ପ୍ରଫେସର କୃତିବାସ ବିଶ୍ବାଳ ଓ ଡକ୍ଟର ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ଙ୍କ ସମେତ ବିଚାରକ ରୂପେ ସ୍ଥାନୀୟ ସି.ଟି ଟ୍ରେନଂ ସ୍କୁଲର ପ୍ରଶିକ୍ଷକ ସୁରେଶ୍ବର ଶାହା, ପ୍ରଶିକ୍ଷିକା ନିବେଦିତା ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ ବ୍ଳକର ଏକ ଶହ ପଚାଶରୁ ଉର୍ଦ୍ଧ୍ବ ବିଦ୍ୟାଳୟରୁ ଭାଷା ଜ୍ଞାନ ତଥା ସଂଖ୍ୟା ଜ୍ଞାନ ଉପରେ ଆଧାରିତ ପ୍ରଥମରୁ ତୃତୀୟ ଶ୍ରେଣୀର ଛାତ୍ର ଛାତ୍ରୀମାନଙ୍କ ନିମିତ୍ତ ଉପଯୋଗୀ ଶିକ୍ଷଣ ସାମଗ୍ରୀମାନ ଉତ୍ସର୍ଗୀକୃତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ବାରା ପ୍ରଦର୍ଶିତ ହୋଇଥିଲା ଅପରାହ୍ନରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ସିନିୟର ବି.ଇ.ଓ ଏସ୍ ଧନଞ୍ଜୟ ସଭାପତିତ୍ବ କରିଥିବା ବେଳେ ଏ.ବି.ଇ.ଓ ନେତାଜୀ ବିଷୋୟୀ, ସୂର୍ଯ୍ୟ ନାୟକ, ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳୀ ପ୍ରଧାନ ପ୍ରମୁଖଙ୍କ ସମେତ ନିମନ୍ତ୍ରିତ ଅତିଥି ଓ ବିଚାରକ ବୃନ୍ଦ ମଞ୍ଚାସୀନ ରହି ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଉଦବୋଧନ ପ୍ରଦାନ କରିଥିଲେ ସଂଖ୍ୟାଜ୍ଞାନ ରେ ବିଲିପଡା ପ୍ରାଥମିକ ବିଦ୍ୟାଳୟ,ଡି.ବି. ଗମେଣ୍ଟ ଗାର୍ଲସ ହାଇସ୍କୁଲ ଓ ଜିଲୁଣ୍ଡି ନୂଆଁବନ୍ଧ ସାହି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦ୍ବାରା ପ୍ରସ୍ତୁତ ଶିକ୍ଷଣ ସାମଗ୍ରୀ ଗୁଡିକ ଯଥାକ୍ରମେ ପ୍ରଥମ,ଦ୍ବିତୀୟ ଓ ତୃତୀୟ ବିବେଚିତ ହୋଇ ପୁରସ୍କୃତ ହୋଇଥିବା ବେଳେ ଭାଷା ଜ୍ଞାନରେ ଡି.ବି ଗମେଣ୍ଟ ଗାର୍ଲସ ହାଇସ୍କୁଲ, ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଲାଲସିଂ କାହ୍ନୁରାଉତ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ମାନଙ୍କ ଦ୍ବାରା ପ୍ରସ୍ତୁତ ଶିକ୍ଷଣ ସାମଗ୍ରୀ ଗୁଡିକ ଯଥାକ୍ରମେ ପ୍ରଥମ, ଦ୍ବିତୀୟ, ତୃତୀୟ ସ୍ଥାନ ହାସଲ କରି ଜିଲ୍ଲାସ୍ତର କୁ ମନୋନୀତ ହେବା ସହ ପୁରସ୍କୃତ ହୋଇଥିଲା କାର୍ଯ୍ୟକ୍ରମକୁ ଶିକ୍ଷକ ପ୍ରଦୀପ କୁମାର ସାସମଲ ସଂଯୋଜନା କରିଥିବା ବେଳେ ଡୁମାକୁମ୍ପା କ୍ଳଷ୍ଟର ସି.ଆର୍.ସି.ସି ତ୍ରିନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ କାର୍ଯ୍ୟକ୍ରମ ପରିଚାଳନାରେ ବ୍ଳକର ସମସ୍ତ ସି.ଆର୍.ସି.ସି, ବି.ଆର୍.ଟି, ଆଇ.ଭି ଟିଚର ଓ ବି.ଇ.ଓ ଅଫିସ୍ ଷ୍ଟାଫଙ୍କ ସମେତ ଡି.ବି ଗମେଣ୍ଟ ଗାର୍ଲସ ହାଇସ୍କୁଲର ଷ୍ଟାଫ ସହଯୋଗ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ