ଭଞ୍ଜନଗର ବ୍ଳକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ବ୍ଳକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ବଡକୋଦଣ୍ଡା ଜବାହାର ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ପୂର୍ବାହ୍ନରେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ସିନିୟର୍ ବି.ଇ.ଓ ଏସ୍ ଧନଞ୍ଜୟ ପରେ କୁଇଜ,ବତ୍କୃତା,ତର୍କ,ଚିତ୍ରାଙ୍କନ,ସଙ୍ଗୀତ,ଦଳଗତ ସାଂସ୍କୃତିକ ନୃତ୍ୟ,ସୁନ୍ଦର ହସ୍ତାକ୍ଷର ଲିଖନ,ପ୍ରବନ୍ଧ ଲିଖନ ଏବଂ ସୃଜନାତ୍ମକ ଲିଖନ ଆଦି ସିନିୟର୍ ,ଜୁନିୟର ଓ ଦିବ୍ୟାଙ୍ଗ ପିଲାଙ୍କ ନିମିତ୍ତ ଅନୁଷ୍ଠିତ ହୋଇଥିଲା ଏଥିରେ ବ୍ଳକର ଷୋହଳଟି କ୍ଳଷ୍ଟରରୁ କୃତୀ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ ଏହା ସହିତ ଅନୁଷ୍ଠିତ ଓଡିଶା ମିଲେଟସ୍ କାର୍ଯ୍ୟକ୍ରମ ଅଧିନରେ ମଧ୍ୟ ବତ୍କୃତା,କୁଇଜ ଓ ପ୍ରବନ୍ଧ ଲିଖନ ଆଦିରେ ମଧ୍ୟ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଛନ୍ତି ଉଦଯାପନୀ ଉତ୍ସବରେ ସଭାପତିତ୍ବ କରିଥିଲେ ସିନିୟର୍ ବି.ଇ.ଓ ଏସ୍ ଧନଞ୍ଜୟ ମୁଖ୍ୟ ଅତିଥି ରୂପେ ଆର୍.ଟି.ଓ ଶୁଭେନ୍ଦୁ ରଞ୍ଜନ ରାୟ, ଅନ୍ୟତମ ବିଶିଷ୍ଟ ଅତିଥି ରୂପେ ଭଞ୍ଜନଗର ଥାନା ଅଧିକାରୀ ଭଗବାନ ପୂଜାରୀ, ସମ୍ମାନିତ ଅତିଥି ରୂପେ ପ୍ରାକ୍ତନ ତେ.ଏସ୍.ୟୁ.ବ କଲେଜ ଅଧ୍ୟକ୍ଷ ଡକ୍ଟର ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ଓ କୃତିବାସ ବିଶ୍ବାଳ, ରିଟାୟାଡ ରେଞ୍ଜର ଅନୁପମ ବାନାର୍ଜୀ,ସମାଜସେବୀ ଶୂଳପାଣି ଶତପଥୀ ପ୍ରମୁଖ ମଞ୍ଚାସୀନ ରହି କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ କାର୍ଯ୍ୟକ୍ରମକୁ ବଡକୋଦଣ୍ଡା ଜବାହାର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସନ୍ତୋଷ ଜେନା ସଂଯୋଜନା କରିଥିବା ବେଳେ ସ୍ଥାନୀୟ ସି.ଆର୍.ସି.ସି ମୋହନ ସାହୁ, ବି.ଆର୍.ଟି ଚିନ୍ମୟ ଦାଶ ପ୍ରମୁଖ ପରିଚାଳନା କରିଥିଲେ ରିଟାୟାଡ ଏବିଇଓ ନେତାଜୀ ବିଷୋୟୀ,ରିଟାୟାଡ ପ୍ରଧାନ ଶିକ୍ଷୟିତ୍ରୀ ବାସନ୍ତୀ ପାଣିଗ୍ରାହୀ, ପ୍ରଧାନ ଶିକ୍ଷକ ଗଜେନ୍ଦ୍ର ସେଠୀ ପ୍ରମୁଖ ବିଚାରକ ରୂପେ ଯୋଗ ଦେଇଥିବା ବେଳେ ବ୍ଳକର ସମସ୍ତ ସି.ଆର୍.ସି.ସି , ଗାଇଡ ଟିଚର,ନିମନ୍ତ୍ରିତ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ଏବଂ ଜବାହାର ଉଚ୍ଚ ବିଦ୍ୟାଳୟର ସମସ୍ତ ଷ୍ଚାଫ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଦଳଗତ ସାଂସ୍କୃତିକ ନୃତ୍ୟରେ ବିଞ୍ଜଗିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଥମ ହୋଇଥିବା ବେଳେ,ଭାଲିଆ ଖାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦ୍ବିତୀୟ ଓ ଜବାହାର ଉଚ୍ଚ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ ା ଶେଷରେ ସି.ଆର୍.ସି.ସି ତ୍ରିନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ