ଭଞ୍ଜନଗର ଭେଜିପୁଟ ସ୍ଥିତ ବିଡେକା ଭବନ ଠାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ଭେଜିପୁଟ ସ୍ଥିତ ବିଡେକା ଭବନ ଠାରେ ସମ୍ବାଦ ଆମ ଓଡ଼ିଶା ଏବଂ ଭଞ୍ଜନଗର ଜଳସେଚନ ବିଭାଜନ କର୍ମଚାରୀ ସାଂସ୍କୃତିକ ପରିଷଦ(ବିଡ଼େକା) ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ହୋଇଛି। ଏଥିରେ ୨ ଜଣ ମହିଳାଙ୍କ ସମତେ ୩୦ ଜଣ ସ୍ବେଚ୍ଛାକୃତ ରକ୍ତଦାତା ରକ୍ତଦାନ କରିଥିଲେ। ଏହି ଶିବିରକୁ ଓଡ଼ିଶାର ବିଶିଷ୍ଟ ସ୍ଥପତି ତଥା ରଥ ଆସୋସିଏଟସ୍ର ପରିଚାଳନା ନିର୍ଦ୍ଦେଶକ ମନଞ୍ଜୟ ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ। ଏଥିରେ ଜଳସେଚନ ବିଭାଗର ନିର୍ବାହି ଯନ୍ତ୍ରୀ ଇଂ ଗୋକୁଳ ଚନ୍ଦ୍ର ପାଢୀ,ବିକ୍ରମ ପଟ୍ଟନାୟକ,୫୧ ନମ୍ବର ଜିଲ୍ଲାପରିଷଦର ସଦସ୍ୟ ଜିତେନ୍ଦ୍ର କେଶରୀ ଆରୁଖ,ବ୍ଳକ ଅଧ୍ୟକ୍ଷ ନରୀସଭା ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।ବିଡ଼େକା ସମ୍ପାଦକ ଇଂ ସନ୍ତୋଷ କୁମାର ଗୌଡଙ୍କ ପୌରହିତ୍ୟରେ ଆୟୋଜିତ ଶିବିରକୁ ଇଂ ପ୍ରସନ୍ନ କୁମାର ସ୍ବାଇଁ,ଇଂ ରଶ୍ମି ରଞ୍ଜନ ରଥ, ରାକେଶ ପଟ୍ଟନାୟକ, ଦିଲ୍ଲିପ୍ କୁମାର ରଥ, ଅନ୍ତର୍ଯ୍ୟାମୀ ପଣ୍ଡା,ଶଙ୍କର ନାୟକ,ସୁଇରେଶ ବେକହେରା,ରମାକାନ୍ତ ଦାସଙ୍କ ସମତେ ସମ୍ବାଦ ପ୍ରତିନିଧି ବିଶ୍ବମ୍ବର ଜେନା ପରିଚାଳନା କରିଥିଲେ। ପ୍ରଥମେ ବିଜୁ ବାବୁଙ୍କ ଫୋଟ ଚିତ୍ରରେ ଅତିଥି ମାନେ ଦୀପ ପ୍ରଜ୍ଜଳନ ଓ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ରକ୍ତଦାନ ଶିବିର ଆରମ୍ଭ ହୋଇଥିଲା। ଏଥିରେ ସ୍ବେଚ୍ଛାକୃତ ଭାବେ ଜିତେରନ୍ କୁମାର ଷଢଙ୍ଗୀ,ବସନ୍ତ କୁମାର ଦାସ,ଶିଶିର କୁମାର ଗୌଡ,ବିଷ୍ଣୁ ରାଉତ,ସୌମ୍ୟ ରଞ୍ଜନ ପରିଡା,ରୀତାଞ୍ଜଳୀ ରାଉତ,ଚିଦାନନ୍ଦ ସାହୁ,ବାଲାଜୀ ପାତ୍ର,ସୌମ୍ୟ ପୃଷ୍ଟି,ରାଜେଶ ପାତ୍ର,ଶିବ ଶଙ୍କର ଜେନା,ଦିପକ ଗୌଡ,ବଳରାମ ପ୍ରଧାନ,ଶୁଭ୍ରପ୍ରତିକ୍ ପାଢୀ,ସୌମ୍ୟ ରଞ୍ଜନ ଶତପଥୀ,ରଶ୍ମିତା ଜେନା,ସୁରେନ୍ଦ୍ର କୁମାର ମହାକୁଡ,କୃଷ୍ଣଚନ୍ଦ୍ର ସାହୁ,ଆସଲମ୍ ଖାନ୍,ପିଣ୍ଟୁ ପ୍ରଧାନ,କାଳନ୍ଦୀ ମହାପାତ୍ର,ଅଭୟ ପ୍ରଧାନ,ପ୍ରକାଶ ଚନ୍ଦ୍ର ସ୍ବାଇଁ,ପଞ୍ଚୁ ବେହେରା,ସନ୍ଦିପ୍ କୁମାର ସ୍ବାଇଁ,ପ୍ରସନ୍ନ କୁମାର ଜେନା, ନବୀନ ଦଳାଇ,ସଞ୍ଚୀବ କୁମାର ପ୍ରଧାନ ପ୍ରମୁଖ ରକ୍ତଦାନ କରିଥିଲେ। ଏଥିରେ ଭଞ୍ଜନଗର ରକ୍ତକେନ୍ଦ୍ରର କର୍ମଚାରୀ ମାନେ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ