ଭଞ୍ଜନଗର ରାଜସ୍ବ କ୍ରିକେଟ ଲିଗ୍ ଉଦ୍‌ଯାପିତ

ସ୍ଥାନୀୟ କେ. ଏସ. ୟୁ. ବି ମହାବିଦ୍ୟାଳୟ ଖେଳ ପଡିଆ ଠାରେ ପ୍ରଥମ ରାଜସ୍ବ କ୍ରିକେଟ ଲିଗ ଉଦଯାପିତ ହେଇଯାଇଛି । ଗୁରୁବାର ଫାଇନାଲ ମୁକାବିଲାରେ ବଳଦେବ ଜୀଉ କ୍ରିକେଟ ଟିମ ବୁଗୁଡ଼ା ତହସିଲ ବିଜୟୀ ହେଇଛି । ବୁଗୁଡ଼ା ତହସିଲ କଡା ସଂଘର୍ଷ ପୂର୍ଣ୍ଣ ମ୍ୟାଚରେ ଭଞ୍ଜନଗର ତହସିଲ କୁ ଏକ ରନ ରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଙ୍ଗ କରି ବୁଗୁଡ଼ା ଦଳ ୯୬ ରନ ସଂଗ୍ରହ କରିଥିଲା । ପ୍ରତି ବଦଳରେ ଭଞ୍ଜନଗର ତହସିଲ ୯୫ ରନ କରିବାରେ ସଫଳ ହେଇଥିଲା । ଆଜିର କ।ର୍ଯ୍ୟକ୍ରମରେ ଅତିଥି ଭାବେ ଏସ. ଡି. ପି. ଓ ପୋଲିସ ଶୁଭ୍ରାଂଶୁ ଶେଖର ମିଶ୍ର, ଆର. ଟି. ଓ ଶୁଭେନ୍ଦୁ ରଞ୍ଜନ ରାୟ, ଆଇ. ଆଇ. ସି ସୁଦୀପ୍ତ ସାହୁ, କେ. ଏସ. ୟୁ. ବି କଲେଜ ଅଧ୍ୟକ୍ଷ ନିଳାଞ୍ଚଳ ମୁନି, ଆର. ଏଣ୍ଡ ବି, ଇ. ଇ ରମେଶ ପ୍ରସାଦ ସ୍ୱାଇଁ, ଉପସ୍ଥିତ ଥିଲେ । ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଟୁର୍ନାମେଣ୍ଟ ଉପଜିଲ୍ଲାପାଳ ଙ୍କ କ।ର୍ଯ୍ୟ।ଳୟର ସନ୍ତୋଷ ମହାରଣା, ବିଶ୍ୱଜିତ ସେଠୀ, ସୁରଭି ପ୍ରଧାନ, ସମେତ ଅନ୍ୟ ଷ୍ଟାଫ ସହଯୋଗ କରିଥିଲେ । ଏହି ଟୁର୍ନାମେଣ୍ଟ ରେ ଟିମ ସବ-କଲେକଟର ସମେତ ଉପଖଣ୍ଡ ର ଆଠ ଗୋଡି ତହସିଲ ଅଫିସ ଯୋଗ ଦେଇଥିଲେ । ଫାଇନାଲ ମ୍ୟାଚ ରେ ଶ୍ରେଷ୍ଠ ଖେଳାଳି ଭାବେ ଭଞ୍ଜନଗର ତହସିଲ ର ଅଭିନାଶ ବେହେରା ଙ୍କୁ ମିଳିଥିଲା । ଟୁର୍ନାମେଣ୍ଟ ର ଶ୍ରେଷ୍ଠ ଖେଳାଳି ବୁଗୁଡ଼ା ତହସିଲ ର ନିହାର ରଂଜନ ମହାରଣା, ଟୁର୍ନାମେଣ୍ଟ ର ଶ୍ରେଷ୍ଠ ଫିଲଡର ବୁଗୁଡ଼ା ତହସିଲ ର ଲିଙ୍ଗରାଜ ସାହୁ, ଶ୍ରେଷ୍ଠ ବ୍ୟାଟସ ମ୍ୟାନ ଭଞ୍ଜନଗର ତହସିଲ ର ଅଭିନାଶ ବେହେରା, ଶ୍ରେଷ୍ଠ ବୋଲର ବୁଗୁଡ଼ା ତହସିଲ ର ନିହାର ରଂଜନ ମହାରଣା, ଏବଂ ଶ୍ରେଷ୍ଠ ୟୁକେଟ କିପିର ଭାବେ ବୁଗୁଡ଼ା ତହସିଲ ର କବିରାଜ ନାୟକ ଙ୍କୁ ପୁରସ୍କୃତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ