ଭଞ୍ଜନଗର ରୁ ଭବାନୀପାଟଣା ଯାଉଥିବା ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଗତକାଲି ରାତ୍ର ୧୦.୩୦ ମିନିଟ୍ ସମୟରେ ଭଞ୍ଜନଗରରୁ ଭବାନୀପାଟଣା ଯାଉଥିବା ଖମ୍ବେଶ୍ବରୀ ନାମକ ଯାତ୍ରୀବାହୀ ବସ ଦୂର୍ଘଟଣା ଘଟିଛି । ମିଳିଥିବା ସୂଚନା ମୁତାବକ ଏକ ବାଇକ୍ ଚାଳକ କୁ ରକ୍ଷା କରିବାକୁ ଯାଇ ବସ ଚାଳକ ଜଣକ ଭେଜିପୁଟ ନିକଟରେ ଥିବା ଗାଈ ଫାର୍ମ କାନ୍ଥ କୁ ଧକ୍କା ଦେଇଥିଲେ । ଫଳରେ ଘଟଣା ସ୍ଥଳରେ ବସଟି ଦୁର୍ଘଟଣା ଗ୍ରସ୍ତ ହେବା ସହ ବସ୍ ଡ୍ରାଇଭର ଗୁରୁତର ହୋଇଥିବା ବେଳେ ତାଙ୍କୁ ଭଞ୍ଜନଗର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତେବେ ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ସୂଚନା ମିଳିଛି |