ଭଞ୍ଜନଗର ରେ ଦଣ୍ଡଯାତ୍ରା ଆରମ୍ଭ

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ରେ ଆରମ୍ଭ ହୋଇସାରିଛି ମା କାଳୀ ଙ୍କ ପ୍ରସିଦ୍ଧ ଦଣ୍ଡନାଚ ଯାତ୍ରା, ବହୁ ପୁରାତନ କାଳ ରୁ ପ୍ରତିବର୍ଷ ଚୈତ୍ର ମାସ ରେ ମା କାଳୀ ଙ୍କ ଏହି ଦଣ୍ଡଯାତ୍ରା ପର୍ବ ପାଳନ କରାଯାଏ, ଏହି ପର୍ବରେ କିଛି ନିୟମ ଅନୁଯାୟୀ ଭକ୍ତମାନେ ନିଜର ମନବାଞ୍ଛା ପୂରଣ କରିବା ପାଇଁ ଦିନରେ କିଛି ଶାରୀରିକ ଦଣ୍ଡ ପାଇଥାନ୍ତି ଯାହାକୁ ଧୂଳିଦଣ୍ଡ କୁହାଯାଏ, ଦଣ୍ଡୁଆ ଭକ୍ତମାନେ ଦିନ ସାରା ଉପବାସ ରହି ଧୂଳିଦଣ୍ଡ ଖେଳିସାରିବାପରେ ପୋଖରୀ କିମ୍ବା ନଦୀ ତୁଠ ରେ ସନ୍ଧ୍ୟାରେ ସ୍ନାନ କାର‌୍ୟ୍ୟ ସାରି ନବାତ, ନଡ଼ିଆ, କଦଳୀ ରେ ପ୍ରସ୍ତୁତ ଏକ ପ୍ରକାର ସରବତ (ପଣା ) କୁ ମା ଙ୍କ ପାଖରେ ପୂଜା କରି ପ୍ରସାଦ ରୂପେ ପାନ କରନ୍ତି, ପୁଣି ନିଶବ୍ଦ ଶୂନଶାନ ରାତ୍ରିରେ ଦଣ୍ଡୁଆ ଭକ୍ତମାନେ ଅନ୍ନପ୍ରସାଦ ଗ୍ରହଣ କରିଥାନ୍ତି, ରାତ୍ରି ରେ ଲୋକମାନଙ୍କ ପାଇଁ ଓ ଦଣ୍ଡୁଆ ଭକ୍ତଙ୍କର ଆମୋଦ ପ୍ରମୋଦ ନିମନ୍ତେ ସାମାଜିକ, ପୌରାଣିକ, କାଳ୍ପନିକ ଭଳି ବିଭିନ୍ନ ପ୍ରକାର ନାଟକ ସହିତ ରଙ୍ଗାରଙ୍ଗ ନାଚଗୀତ ର କାର‌୍ୟ୍ୟକ୍ରମ ହୁଏ, କେତେକ ଗାଁ ରେ ଏହି ଯାତ୍ରା ୧୩ଦିନ ପାଳନ କରାଯାଉଥିବା ବେଳେ ଆଉ କେତେକ ଗାଁ ରେ ୧୮ଦିନ ଏବଂ ଆଉ କେତେକ ଗାଁ ରେ ୨୧ଦିନ ମଧ୍ୟ ପାଳନ କରାଯାଏ, ଜିଲୁଣ୍ଡି ରେ ଗତକାଲି ଠାରୁ ଏହି ଯାତ୍ରା ଆରମ୍ଭ ହୋଇଥିବା ବେଳେ ଡିହପଢ଼ାଳ ଗାଁ ରେ ଆଜି ଆରମ୍ଭ ହୋଇଛି ଏବଂ ଅନ୍ୟାନ୍ୟ ଗାଁ ରେ ଆସନ୍ତା ଦିନେ ଦୁଇ ଦିନ ଭିତରେ ଆରମ୍ଭ ହେବ, ଏହି ଯାତ୍ରା ରେ ବିଦେଶରେ ରହୁଥିବା ଗଞ୍ଜାମ ଜିଲ୍ଲାର ପ୍ରାୟ ସମସ୍ତଓଡ଼ିଆ ଲୋକମାନେ ନିଜ ନିଜର ଗାଁ କୁ ଚାଲିଆସନ୍ତି, ଆମ ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଗାଲେରୀ, ଗାମୁଣ୍ଡି, ଜିଲୁଣ୍ଡି, ଡିହପଢ଼ାଳ, ତନରଡା,ଢୁଢୁଆ, ଲେମ୍ଭେଇ,ଆଖୁ ପଦର ଦୋମୁହାଣି, ଇତ୍ୟାଦି ଗ୍ରାମ ସହିତ ଅନ୍ୟାନ୍ୟ କେତେକ ଗ୍ରାମ ରେ ମଧ୍ୟ ମା ଙ୍କ ଦଣ୍ଡ ଯାତ୍ରା ଅନୁଷ୍ଠିତ ହୋଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ