ଭଞ୍ଜନଗର ରେ ଭାରତ ବନ୍ଦ ସଫଳ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ କୁ ବିରୋଧ କରି ମଙ୍ଗଳବାର କୃଷକ ସଂଗଠନ ଓ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଭାରତ ଡାକରା ଦିଆଯାଇଥିଲା । ସେହିପରି ଭଞ୍ଜନଗରରେ ମଧ୍ୟ ଭାରତ ବନ୍ଦକୁ ବିପୁଳ ସଫଳତା ଦେଖିବାକୁ ମିଳିଛି  । ଏହି ବନ୍ଦ ଡାକରାରେ ୧୮ଟି ରାଜନୈତିକ ଦଳ ସର୍ମଥନ କରିଥିବା ବେଳେ ଭଞ୍ଜନଗରରେ ଜାତୀୟ କଗ୍ରେଂସ ଓ ସିପିଏମଆଇ ଏକାଠି ହୋଇ ପିକେଟିଂ କରିଥିଲେ । ବନ୍ଦ ପ୍ରଭାବ ରେ ସହରରେ ଥିବା ବିଭିନ୍ନ ସରକାରୀ ଓ ବେସରକାରୀ କାଯ୍ୟାଳୟ ,ବ୍ୟାଙ୍କ,ପେଟ୍ରୋଲ ପମ୍ପ,ଚକ ଅଖ,ଦେକାନ ବଜାର ବନ୍ଦ ରହିଥିଲା । ଦୁଇଟି ରାଜନୈତିକ ଦଳର କର୍ମମାନେ ବାଇକ୍ ରାଲି କରି କେନ୍ଦ୍ର ସରକାରଙ୍କ ଦରଦାମ ବଢାଇବା,ନୂଆ କୃଷି ଆଇନକୁ ବିରେଧ ଉପରେ ଶୋଳ୍ଲଗାନ ଦେଇ ଭଞ୍ଜନଗର ସହର ପରିକ୍ରମା କରିଥିଲେ । ଏହି କାର୍ଯ୍ୟକ୍ରମରେ ପିସିସି କୋର କମିଟି ସଭ୍ୟ ଦେବୀ ପ୍ରସାଦ ବିଷୋୟୀ,ଯୁବ କଂଗ୍ରେସ ନେତା ପ୍ରଶାନ୍ତ କୁମାର ବିଷୋୟୀ,ଅଯୋଧ୍ୟା ନାଥ ମହାପାତ୍ର,ବିକ୍ରମ ବିଷୋୟୀ,ସିପିଏମଆଇ ନେତା ହରିକୃଷ୍ଣ ସାହୁ,ଅଭିମନ୍ୟୁ ଗୈାଡ ସମେତ କଗ୍ରେଂସ କର୍ମି ଓ ସିପିଏମଆଇ କର୍ମି ମାନେ ସାମିଲ ହୋଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ