ଭଞ୍ଜନଗର ରେ ରକ୍ତ ଦାନ ଅଭିଯାନ

ଭଞ୍ଜନଗର ,(ସନ୍ତୋଷ କୁମାର ଜେନା) : ଯୁବ ସ୍ୱାଭିମାନ ଦିବସ ଅବସରରେ ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ଭଞ୍ଜନଗର ମେଡିକାଲ ପରିସରରେ ଥିବା ଓଡିଶା ରକ୍ତ ଭଣ୍ଡାର ରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଥାନା ଅଧିକାରୀ ଓ ଦୁଇ ଜଣ ଏସଆଇ ଙ୍କ ସମେତ ୨୧ଜଣ ସ୍ବେଚ୍ଛାକୃତ ରକ୍ତଦାତା ରକ୍ତ ଦାନ କରିଛନ୍ତି। କୋରନା ମହାମାରୀ ସମୟରେ ରକ୍ତ ଭଣ୍ଡାରରେ ଲାଗି ରହିଛି ଘୋର ରକ୍ତର ଅଭାବ ଆଉ ଏଭଳି ପରିସ୍ଥିତି ରେ ରକ୍ତ ଦାନ ଶିବିର ଆୟୋଜନ ହେବା ଦ୍ୱାରା ରକ୍ତ ଅଭାବ ସାମହିକ ଦୂର ହେବ ବୋଲି ଆଶା ପ୍ରକଟ ହୋଇଛି। ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ରକ୍ତ ଦାନ ଶିବିରରେ ପ୍ରଥମେ ରକ୍ତଦାନ କରିଥିଲେ। ଏଥି ଅତିଥି ଭାବେ ମେଡିକାଲ ଅଧିକ୍ଷକ ଡ଼.ସିତଂ।ଶୁ ଶେଖର ଶତପଥୀ , ରକ୍ତ ଭଣ୍ଡାର ଅଧିକାରୀ ଡ଼. ଗୋବିନ୍ଦ ମହାପାତ୍ର , ଚକ୍ଷୁ ଡାକ୍ତର ପ୍ରଶାନ୍ତ କୁମାର ମହାନ୍ତି , ପରିଚାଳକ ବିଚିତ୍ର କୁମାର ପାଣିଗ୍ରାହୀ , ସମ୍ବାଦ ପ୍ରତିନିଧି ବିଶ୍ବମ୍ବର ଜେନା ପ୍ରମୁଖ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସ।ହିତ କରିଥିଲେ। କୋରନା ପାଇଁ ରକ୍ତ ଦାନ ଶିବିର ଆୟୋଜନ ହୋଇପାରୁ ନଥିବାରୁ ସମ୍ବାଦ ଆମ ଓଡ଼ିଶା ଦ୍ୱାରା ଏଭଳି ଆୟୋଜନ କୁ ମେଡିକାଲ ଅଧିକ୍ଷକ ଭୁୟସୀ ପ୍ରଶଂସା କରିଥିଲେ। ପ୍ରଥମେ ଥାନା ଅଧିକାରୀ ଶ୍ରୀ ସାହୁ ରକ୍ତ ଦେବା ପରେ ହୋମଗାର୍ଡ ଗାଡି ପରିଚାଳକ ଶିବରାମ ପ୍ରଧାନ , ଏସଆଇ ସମୀର କୁମାର ବେହେରା , ଏସଆଇ ରାଜେଶ କୁମାର ପରିଡା , ଲିପିକା ବିଶ୍ୱାଳ , ଶଙ୍କର ନାରାୟଣ ପାତ୍ର, କିରଣ କୁମାର ପାତ୍ର , ସାମ୍ବାଦିକ ବାଳକୃଷ୍ଣ ପଟ୍ଟନାୟକ,ଅଜିତ କୁମାର ଜେନା , ମାଧବ ବିଷୋୟୀ, ସ୍ୱାଧୀନ ପ୍ରଧାନ, ସମୀର କୁମାର ଦାସ, ଲିଙ୍ଗରାଜ ବାହାଦୂର , କୁନାଲ କୁମାର ପ୍ରଧାନ,ଚନ୍ଦନ ଭୋଳ, ଡ଼ାଲୁ ପ୍ରଧାନ, ସୀମାଞ୍ଚଳ ଗୌଡ଼,ନିତ୍ୟାନନ୍ଦ ରାଉତ,ପ୍ରମୁଖ ସ୍ୱେଚ୍ଛାକୃତ ଭାବେ ରକ୍ତ ଦାନ କରିଥିଲେ। ରକ୍ତ ଭଣ୍ଡାର ପକ୍ଷରୁ ଏଲଟି ସୁରେନ୍ଦ୍ର ମହାପାତ୍ର, ଇତିଶ୍ରୀ ତ୍ରିପାଠୀ, ବିପିନ କୁମାର ପାଣିଗ୍ରାହୀ, ଅନିଲ କୁମାର ମାହାର , ସୀମାଞ୍ଚଳ ସେଠୀ, ଗଣେଶ ନାୟକ , ନାରାୟଣ ପାଢୀ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ