ଭଞ୍ଜନଗର ରୋଟାରୀ କ୍ଲବର ୧୫ତମ ଅଧିଷ୍ଠାନ ଦିବସ ପାଳିତ

ଢହ,(ଅରୁଣ କୁମାର ସ୍ୱାଇଁ ) : ସ୍ଥାନୀୟ ନିୟନ୍ତ୍ରିତ ବଜ଼ାର କମିଟି ସଭାଗୃହ ଠାରେ ଭଞ୍ଜନଗର ରୋଟାରୀ କ୍ଲବ ର ୧୫ ତମ ଅଧିଷ୍ଠାନ ଦିବସ ସଭାପତି ପଞ୍ଚାନନ ମିଶ୍ରଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି ଲ ଏଥିରେ ମୁଖ୍ୟ ଅତିଥିଭାବେ ଉପଖଣ୍ଡ ଚିକିଛାଧୀକାରୀ ଡ. ସୀତାଂଶୁ ଶେଖର ଶତପଥି, ଅତିଥିଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ଏସ. ଧନଞ୍ଜୟ, ମୁଖ୍ୟବକ୍ତା ଭାବେ ଜୋନାଲ ଅଧକ୍ଷ ଜବାହର ଲାଲ ପାଳ, ୨୦୧୧-୨୨ ସଭାପତି ଭି. ଦେବୀ ପ୍ରସାଦ ପାତ୍ର, ସମ୍ପାଦକ ସୁଧୀର କୁମାର ପାଣିଗ୍ରାହୀ, ସମ୍ପାଦକ ରଂଜିତ କୁମାର ବାରିକ ମଂଚାସୀନ ଥିଲେ l ଗାୟତ୍ରୀ ପରିବାର ତରଫରୁ ଅତିଥି ମାନଙ୍କୁ ଚିରାଚରିତ ପ୍ରଥାନୁଯାୟୀ ଗାୟତ୍ରୀ ମନ୍ତ୍ର ମାଧ୍ୟମରେ ସ୍ୱାଗତ କରାଯାଇଥିଲା l ପୂର୍ବତନ ସଭାପତି ଶ୍ରୀରାମ ପ୍ରସାଦ ପାଳ ସ୍ୱାଗତ ଭାଷଣ ଦେବାପରେ ବିଦାୟୀ ସମ୍ପାଦକ ରଂଜିତ କୁମାର ବାରିକ ବାର୍ଷିକ ବିବରଣୀ ପାଠ କରିଥିଲେ l ଏହାପରେ ରୋଟାରୀ ନିୟମl ନୁଯାୟୀ ପୂର୍ବତନ ସଭାପତି, ସମ୍ପାଦକ ନୂତନ ସଭାପତି ଓ ସମ୍ପାଦକଙ୍କୁ ଜୋନାଲ ସଚିବ ଜବାହର ଲାଲ ପାଳଙ୍କ ଉପସ୍ଥିତିରେ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା l ପରେ ପାଳ ନବନିଯୁକ୍ତ ସଭାପତି, ସମ୍ପାଦକଙ୍କୁ ଶପଥ ପାଠ କରାଇଥିଲେ l ଅହିଅବସାରରେ ନୂତନ ସଭ୍ୟ ମଧ୍ୟ କ୍ଲବରେ ଯୋଗଦେଥିଲେ l ଅତିଥିମାନେ ରୋଟାରୀର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିବାବେଳେ ପ୍ରତ୍ୟେକ ରୋଟlରିଆନ ନିସ୍ଵାର୍ଥ ଭାବେ ଲୋକଙ୍କୁ ସେବା ଯୋଗାଇବା ସହ ଜନସାଧାରଣଙ୍କ ସୁଖ ଦୁଃଖର ସାଥି ହେବା ଉଚିତ ବୋଲି କହିଥିଲେ l ଭଞ୍ଜନଗର ରୋଟାରୀ କ୍ଲବ ନିରବିଛିନ ଭାବେ ସେବାଦେଇ ଲୋକଙ୍କ ପାଖରେ ପହଂଚୁ ଥିବା ଯୋଗୁଁ ପ୍ରଶଂସା କରାଯାଇଥିଲା l ଅହିଅବସରେ ପୂର୍ବତନ ସଭାପତି, ସମ୍ପାଦକଙ୍କ ଗତବର୍ଷର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଦ୍ୟୁମ୍ନ କୁମାର ମଲ୍ଲିକ, ବିସ୍ତ୍ତ୍ୱୁ କୁମାର ପ୍ରଧାନ, ଜଗଦୀଶ ପାଣିଗ୍ରାହୀ ଓ ସ୍ୱାସ୍ଥ୍ୟ, ସେବା, ପାଇଁ ବେଲଗୁଣ୍ଠାର ସ୍ୱାସ୍ଥ୍ୟ କର୍ମୀ ବବିତା ପତିଙ୍କ ସହ କିଛି କର୍ମଚାରୀଙ୍କୁ ପ୍ରଶଂସା ପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା l ଏଥିସହ ସାମ୍ବାଦିକ ସନ୍ତୋଷ ବିଷୋୟୀ, ବିନ୍ଦୁପ୍ରିୟା ଦାଶ, ଜଗନାଥ ନାୟକ, ପ୍ରଦ୍ୟୁମ୍ନ ପାତ୍ର ବାବୁଲା ପ୍ରଧାନ, ବିଶ୍ବମ୍ବର ଜେନା, ସୁଶାନ୍ତ ବେହେରା, ମାଧବ ଆପଟ ଭବାନୀ ପାଳ, ଶିବରାମ ଚୌଧୁରୀ, ପ୍ରଭାତ ସାହୁ, ସଚିନ ପୁରୋହିତ, ଅରୁଣ କୁମାର ସ୍ୱାଇଁ ପ୍ରମୁଖଙ୍କୁ ନୂତନ ସଭାପତି ଭି. ଦେବୀ ପ୍ରସାଦ ପାତ୍ର ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରିଥିଲେ l କାର୍ଯ୍ୟକ୍ରମକୁ ପୂର୍ବତନ ସଭାପତି ଶ୍ରୀରାମ ପ୍ରସାଦ ପାଳ, ସନ୍ତୋଷ କୁମାର ଜେନା ସଂଯୋଜନା କରିଥିଲେ l କ୍ଲବର ସମସ୍ତ ସଭ୍ୟ କାର୍ଜ୍ୟକ୍ରମ ପରିଚାଳନା କରିଥିବାବେଳେ ୨୦୧୨-୨୩ ନିର୍ବାଚିତ ସଭାପତି ମଧୁସୂଦନ ମହାପାତ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ