ଭଞ୍ଜନଗର ରୋଟାରୀ କ୍ଲବର ୧୫ତମ ଅଧିଷ୍ଠାନ ଦିବସ ପାଳିତ
ବେଲଗୁଣ୍ଠା, (ସାନ୍ତୋଶ ବିଷୋୟୀ): ସ୍ଥାନୀୟ ନିୟନ୍ତ୍ରିତ ବଜ଼ାର କମିଟି ସଭାଗୃହ ଠାରେ ଭଞ୍ଜନଗର ରୋଟାରୀ କ୍ଲବ ର 15 ତମ ଅଧିଷ୍ଠାନ ଦିବସ ସଭାପତି ପଞ୍ଚାନନ ମିଶ୍ର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି lଏଥିରେ ମୁଖ୍ୟ ଅତିଥିଭାବେ ଉପଖଣ୍ଡ ଚିକିଛାଧୀକାରୀ ଡ. ସୀତାଂଶୁ ଶେଖର ଶତପଥି, ସଂମାନନୀୟ ଅତିଥିଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ଏସ. ଧନଞ୍ଜୟ, ମୁଖ୍ୟବକ୍ତା ଭାବେ ଜୋନାଲ ଅଧକ୍ଷ ଜବାହର ଲାଲ ପାଳ, 2021-22ସଭାପତି ଭି. ଦେବୀ ପ୍ରସାଦ ପାତ୍ର, ସମ୍ପାଦକ ସୁଧୀର କୁମାର ପାଣିଗ୍ରାହୀ, ସମ୍ପାଦକ ରଂଜିତ କୁମାର ବାରିକ ମଂଚାସୀନ ଥିଲେ l ଗାୟତ୍ରୀ ପରିବାର ତରଫରୁ ଅତିଥି ମାନଙ୍କୁ ଚିରାଚରିତ ପ୍ରଥାନୁଯାୟୀ ଗାୟତ୍ରୀ ମନ୍ତ୍ର ମାଧ୍ୟମରେ ସ୍ୱାଗତ କରାଯାଇଥିଲା l ପୂର୍ବତନ ସଭାପତି ଶ୍ରୀରାମ ପ୍ରସାଦ ପାଳ ସ୍ୱାଗତ ଭାଷଣ ଦେବାପରେ ବିଦାୟୀ ସମ୍ପାଦକ ରଂଜିତ କୁମାର ବାରିକ ବାର୍ଷିକ ବିବରଣୀ ପାଠ କରିଥିଲେ l ଏହାପରେ ରୋଟାରୀ ନିୟମl ନୁଯାୟୀ ବିଦାୟୀ ସଭାପତି, ସମ୍ପାଦକ ନୂତନ ସଭାପତି ଓ ସମ୍ପାଦକ ଙ୍କୁ ଜୋନାଲ ସଚିବ ଜବାହର ଲାଲ ପାଳ ଙ୍କ ଉପସ୍ଥିତି ରେ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା l ପରେ ଶ୍ରୀ୍ ପାଳ ନବନିଯୁକ୍ତ ସଭାପତି, ସମ୍ପାଦକ ଙ୍କୁ ଶପଥ ପାଠ କରାଇଥିଲେ l କିଛି ନୂତନ ସଭ୍ୟ ମଧ୍ୟ ଆଜି କ୍ଲବ ରେ ଯୋଗଦେଥିଲେ l ଏହିଅବସରରେ ଅତିଥିମାନେ ରୋଟାରୀ ର କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିବାବେଳେ ପ୍ରତ୍ୟେକ ରୋଟlରିଆନ ନିସ୍ଵାର୍ଥ ଭାବେ ଲୋକଙ୍କୁ ସେବା ଯୋଗାଇବା ସହ ଜନସାଧାରଣଙ୍କ ସୁଖ ଦୁଃଖ ର ସାଥି ହେବା ଉଚିତ ବୋଲି କହିଥିଲେ l ଭଞ୍ଜନଗର ରୋଟାରୀ କ୍ଲବ ନିରବିଛିନ ଭାବେ ସେବାଦେଇ ଲୋକଙ୍କ ପାଖରେ ପହଂଚୁ ଥିବା ଯୋଗୁଁ ପ୍ରଶଂସା କରାଯାଇଥିଲା l ବିଦାୟୀ ସଭାପତି, ସମ୍ପାଦକ ଗତବର୍ଷର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଦ୍ୟୁମ୍ନ କୁମାର ମଲ୍ଲିକ, ବିସ୍ତ୍ତ୍ୱୁ କୁମାର ପ୍ରଧାନ, ଜଗଦୀଶ ପାଣିଗ୍ରାହୀ ଓ ସ୍ୱାସ୍ଥ୍ୟ, ସେବା, ପାଇଁ ବେଲଗୁଣ୍ଠା ର ସ୍ୱାସ୍ଥ୍ୟ କର୍ମୀ ବବିତା ପତିଙ୍କ ସହ କିଛି କର୍ମଚାରୀଙ୍କୁ ପ୍ରଶଂସା ପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା l ସମାଜର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ସାମ୍ବାଦିକ ସନ୍ତୋଷ ବିଷୋୟୀ, ବିନ୍ଦୁପ୍ରିୟା ଦାଶ, ଜଗନାଥ ନାୟକ, ପ୍ରଦ୍ୟୁମ୍ନ ପାତ୍ର ବାବୁଲା ପ୍ରଧାନ, ବିଶ୍ବମ୍ବର ଜେନା, ସୁଶାନ୍ତ ବେହେରା, ମାଧବ ଆପଟ ଭବାନୀ ପାଳ, ଶିବରାମ ଚୌଧୁରୀ, ପ୍ରଭାତ ସାହୁ, ସଚିନ ପୁରୋହିତ, ଅରୁଣ ସ୍ୱାଇଁ ପ୍ରମୁଖଙ୍କୁ ନୂତନ ସଭାପତି v. ଦେବୀ ପ୍ରସାଦ ପାତ୍ର ସ୍ୱତନ୍ତ୍ର ସମ୍ବର୍ଦ୍ଧିତ କରିଥିଲେ l କାର୍ଯ୍ୟକ୍ରମ କୁ ପୂର୍ବତନ ସଭାପତି ଶ୍ରୀରାମ ପ୍ରସାଦ ପାଳ, ସନ୍ତୋଷ କୁମାର ଜେନା ସଂଯୋଜନା କରିଥିଲେ l କ୍ଲବ ର ସମସ୍ତ ସଭ୍ୟ ପରିଚାଳନା କରିଥିବାବେଳେ 2022-23ନିର୍ବାଚିତ ସଭାପତି ମଧୁସୂଦନ ମହାପାତ୍ର ଧନ୍ୟବାଦ ଦେଇଥିଲେ


