ଭଞ୍ଜନଗର ରୋଟାରୀ କ୍ଲବ ର ବିଶ୍ଵ ପୋଲିଓ ଦିବସ ପାଳନ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା) : ଭଞ୍ଜନଗର ରୋଟାରୀ କ୍ଲବ ତରଫରୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଗୋବରା ଠାରେ ବିଶ୍ଵ ପୋଲିଓ ଦିବସ ସମ୍ପାଦକ ସୁଧୀର କୁମାର ପାଣିଗ୍ରାହୀ ଙ୍କ ଅଧକ୍ଷତା ରେ ପାଳନ କରାଯାଇଛି l ଏହି କାର୍ଯ୍ୟକ୍ରମ କୁ ପୂର୍ବତନ ସଭାପତି ତଥା ସାଂସଦ ପ୍ରତିନିଧି ପ୍ରଶାନ୍ତ କୁମାର ନାୟକ ଙ୍କ ସଂଯୋଜନା ରେ ରୋଟାରୀ କ୍ଲବ୍ ସହପ୍ରାନ୍ତପାଳ ପ୍ରଦ୍ୟୁମ୍ନ କୁମାର ମଲ୍ଲିକ ପୋଲିଓ ପାଇଁ କ୍ଲବ ଆବଶ୍ୟକ ସହ ସଚେତନ ବାର୍ତ୍ତା କହିଥିଲେ l ବିଶ୍ଵଭାରତୀ ସ୍କୁଲ ଠାରୁ ଏକ ସଚେତନ ରାଲି ବାହାରି ଗାନ୍ଧିପିଠ ପର୍ଯ୍ୟନ୍ତ ଯାଇ ଗୋବରା ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ପୋଲିଓ ପରିଚାଳନା ରେ ସାହାଯ୍ୟ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ସନ୍ତୋଷ ବିଶ୍ୱାଳ, ଡାକ୍ତର ସତ୍ୟଜିତ ଜେନା, ଡାକ୍ତର ସାଗର ପରିଡ଼ା, ବିଶ୍ୱ ଭାରତୀ ଅଧକ୍ଷ କୁଞ୍ଜବିହାରୀ ନାୟକ, ରୋଟାରୀଆନ ରବୀନ୍ଦ୍ର ପାଣିଗ୍ରାହୀ, ରଞ୍ଜିତ କୁମାର ବାରିକ, ପଞ୍ଚାନନ ମିଶ୍ର, ଉପ ସଭାପତି ସନତ କୁମାର ସୁବୁଦ୍ଧି, ଶ୍ରୀନିବାସ ସୁବୁଦ୍ଧି , ଅଧକ୍ଷା ମାମା ପରିଡ଼ା , ଜ଼ିଲ୍ଲା ପରିଷଦ ଅମିତ କୁମାର ନାୟକ, ସରପଞ୍ଚ ରାଜେନ୍ଦ୍ର ଗୌଡ଼, ସୁମନ୍ତ କୁମାର ସ୍ୱାଇଁ,ବିଶ୍ଵଭାରତୀ ସ୍କୁଲ ର ଛାତ୍ରଛାତ୍ରୀ ଙ୍କ ସମେତ ସ୍ଥାନୀୟ ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ l