ଭଞ୍ଜନଗର ସବଡିଭିଜନର କୋରନା ଯୋଦ୍ଧାଙ୍କୁ ସମ୍ମାନ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଭଞ୍ଜନଗର ସବଡିଭିଜନର କୋରନା ଯୋଦ୍ଧାଙ୍କୁ ସମ୍ମାନିତ କଲେ ଅବସର ପ୍ରାପ୍ତ ଇଂଞ୍ଜିନିୟର ଅଭିମନ୍ୟୁ ପ୍ରଧାନ ବରିଷ୍ଟ ନାଗରିକ ଓ ଗଞ୍ଜାମ ଜିଲ୍ଲା କୁର୍ମୀ କ୍ଷତ୍ରିୟ ସମାଜର ସଭାପତି ଅବସର ପ୍ରାପ୍ତ ଇଂଞ୍ଜିନିୟରି ଶ୍ରୀ ଅଭିମନ୍ୟୁ ପ୍ରଧାନ ଆଦ୍ୟ ଅର୍ଥାତ ତା ୨୭.୧୦.୨୦୨୦ ମଙ୍ଗଳବାର ଦିନ ଭଞ୍ଜନଗର ସବ କଲେକ୍ଟର ଶ୍ରୀ ରାଜେନ୍ଦ୍ର ମିଞ୍ଜ , ଏସ.ଡି.ପି.ଓ ଶ୍ରୀ ଶୁଭ୍ରାଂଶୁ ଶେଖର ମିଶ୍ର ,ତହସିଲଦାର ଶ୍ରୀ ଆଲୋକ କୁମାର ପ୍ରଧାନ ,ବିଡ଼ିଓ ଶ୍ରୀ ଅନିଲ କୁମାର ସେଠି ,ଆଇ.ଆଇ.ସି ଶ୍ରୀ ସୁଦୀପ୍ତ କୁମାର ସାହୁଙ୍କୁ କୋରନା ଯୋଦ୍ଧା ଭାବରେ ସମ୍ମାନିତ କରିଛନ୍ତି | ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି,ଉପରୋକ୍ତ ଅଫିସର ମାନେ ଦିନରାତି ଏକ କରି କୋରନା ମହାମାରୀ ଅଦୃଶ୍ୟ ରୋଗର ନିରାକାରଣ ପାଇଁ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି | ତେଣୁ ସେମାନଙ୍କ କାର୍ଯ୍ୟର ଉଚ ପ୍ରଶଂସା କରି, ଉପଢୌକନ ମାନପତ୍ର ଦେଇ, କୋଭିଡ କୀଟ ଦେଇ ସମ୍ମାନିତ କରି ଶୁଭେଚ୍ଛା ଜଣାଇଛନ୍ତି | ଏହି ଅବସରରେ ଭଂଜନଗରରେ ଆୟୋଜିତ ସମ୍ବର୍ଧନା କାର୍ଯ୍ୟକ୍ରମରେ ଯୁବ ସମାଜସେବୀ ଶ୍ରୀ ପ୍ରଧାନଙ୍କ ସୁପୁତ୍ର ଶ୍ରୀ ରାକେଶ ପ୍ରଧାନ,ରାଜେନ୍ଦ୍ର ପ୍ରଧାନ, ଓକିଲ ବିପଦ ବନ୍ଧୁ ପ୍ରଧାନ, ଭିକାରି ଚରଣ ପ୍ରଧାନ,ବିଶ୍ୱନାଥ ନାୟକ, ଅବସରପ୍ରାପ୍ତ ଆର୍ମି ଅଫିସର ଜଳନ୍ଧର ସ୍ୱାଇଁ ମୃତୁଞ୍ଜୟ ପଣ୍ଡା,ଶ୍ରୀକାନ୍ତ କୁମାର ପ୍ରଧାନ, ପ୍ରଣୟ ରଞ୍ଜନ ଦାସ, ପ୍ରମୁଖ ଉପସ୍ଥିତ ରହି କୋରନା ଯୋଦ୍ଧାଙ୍କର ଜୟଗାନ କରିଥିଲେ |


