ଭଞ୍ଜନଗର ସମ୍ବାଦ ସାହିତ୍ୟ ଘରର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ସମ୍ବାଦ ସାହିତ୍ୟ ଘରର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ ସ୍ଥାନୀୟ ଭଞ୍ଜ ସାହିତ୍ୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ଏଥିରେ ସଭାପତି କୃତିବାସ ବିଶ୍ବାଳ ଅଧ୍ୟକ୍ଷତା କରିଥିବାବେଳେ ଉପଦେଷ୍ଟା ମନୁନନ୍ଦ ପତି,ଶୂଳପାଣୀ ଶତପଥୀ,ସହ ସଂପାଦକ ଡକ୍ଟର ଗୁରୁମୂର୍ତ୍ତୀ ନାୟକ,ସାଂସ୍କୃତିକ ସଂପାଦକ ଅଧ୍ୟାପକ ଅଶୋକ ସ୍ବାଇଁ, ସାଂସ୍କୃତିକ ସଂପାଦିକା ରୀତାରାଣୀ ମହାପାତ୍ର, କୋଷାଧ୍ଯକ୍ଷ ତ୍ରିନାଥ ବେହେରା,ଅଧ୍ୟାପିକା ସୁଜାତା ସିଂ,ସଂଗଠନ ସଂପାଦକ ବିଶ୍ବମ୍ବର ଜେନା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ପ୍ରଥମେ ବିଶିଷ୍ଟ ଭାଷାବିତ୍, ସାହିତ୍ୟ ସମାଲୋଚକ ତଥା ଗବେଷକ ଡ଼. ଗଗନେନ୍ଦ୍ରନାଥ ଦାଶଙ୍କ ପରଲୋକ ହେତୁ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା ପରେ ବାର୍ଷିକ ଉତ୍ସବ ଆୟୋଜନ ସମ୍ବନ୍ଧୀୟ ଆଲୋଚନା, ଇନ୍ଦ୍ର ଧନୁ ପୃଷ୍ଠା ଓ ଘୁମୁସର ପତ୍ରିକା ନିମିତ୍ତ ଲେଖା ସଂଗ୍ରହ ଆଦି ସମ୍ବନ୍ଧୀୟ ଆଲୋଚନା କରାଯାଇଥିଲା ଆସନ୍ତା ଡିସେମ୍ବର ମାସରେ ବାର୍ଷିକ ଉତ୍ସବ ହେବା ପାଇଁ ଆପାତତଃ ସ୍ଥିର ହୋଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ