ଭଞ୍ଜନଗର ସହର ରେ ଅହିଂସା ରଥ ପରିକ୍ରମା

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ଭଞ୍ଜନଗର ସହରର ବିଭିନ୍ନ ସ୍ଥାନ ଶୁକ୍ରବାର ଅହିଂସା ରଥ ପରିକ୍ରମା କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଏକ ଅଭିନବ ପ୍ରୟାସ ଅନୁଯାୟୀ ଏହି କାର‌୍ୟ୍ୟକ୍ରମ ସାରା ଓଡିଶାର ବିଭିନ୍ନ ସ୍ଥାନ ରେ ହେଉଥିବା ବେଳେ ଆଜି ଭଞ୍ଜନଗର ରେ ମଧ୍ୟ ଅହିଂସା ରଥ ଜାତୀୟ ପିତା ମହାତ୍ମା ଗାନ୍ଧୀ ଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଶାନ୍ତି ଓ ପ୍ରଗତି ପାଇଁ ଅହିଂସା ର ବାଣୀ ରେ ସାଧାରଣ ଜନତାକୁ ସଚେତନତା କରିଛି, ଏହି ରଥ ପ୍ରଥମେ ଜଙ୍ଗଲ ବିଭାଗ ଡାକ ବଙ୍ଗଳା ରୁ ଏକ ବିରାଟ ଶୋଭାଯାତ୍ରା ରେ ବାହାରି ଭଞ୍ଜନଗର ମୁଖ୍ୟ ରାସ୍ତା, ବାଉଁଶଲୁଣ୍ଡି ଦେଇ ବଡକୋଦଣ୍ଡା ଠାରେ ପହଂଚି ସେଠାରେ ପଥପ୍ରାନ୍ତ ନାଟକ ଜରିଆରେ ହିଂସା ଛାଡି ଅହିଂସା ମାର୍ଗକୁ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି, ତାପରେ ସେଠାରୁ ରଥ ବାହାରି ଭଞ୍ଜନଗର ବାଇପାସ ରାସ୍ତା ରେ ଭେଜିପୁଟ ଷ୍ଟେଟ ବ୍ୟାଙ୍କ ଛକ ଦେଇ କୁଲାଡ଼ ଓ ତୁରୁମୁ ପଞ୍ଚାୟତ ର ବିଭିନ୍ନ ଗ୍ରାମ ପରିକ୍ରମା କରି ଜଗନ୍ନାଥପ୍ରସାଦ ବ୍ଲକ ଅଭିମୁଖେ ଯାତ୍ରା କରିଥିଲା, ଏହି କାର‌୍ୟ୍ୟକ୍ରମ ରେ ବିଜେଡି ର ବହୁ ବରିଷ୍ଠ ନେତା ଓ କର୍ମୀ ମାନେ ସାମିଲ ଥିଲ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ